କଟକରୁ ୮୦ ଗ୍ରାମ୍‌ ଓଜନର ବ୍ରାଉନ ସୁଗାର ଜବତ : ଦୁଇ ଯୁବକ ଗିରଫ

କଟକ : କଟକରୁ ବ୍ରାଉନସୁଗାର ଜବତ। ମାଛୁଆ ବଜାରରେ ଚଢାଉ କରି ୮୦ ଗ୍ରାମ୍‌ ଓଜନର ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ୱାଡ୍।  ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୮ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।

ଚଢାଉରେ ବ୍ରାଉନସୁଗାର ସହ ପ୍ରାୟ ୫ କିଲୋଗ୍ରାମ ଓଜନର ଗଂଜେଇ ଜବତ ହୋଇଛି। ଘଟଣାରେ ମନୋଜ କାହାଳି ଏବଂ ଦିଲ୍ଲୀପ କାହାଳି ନାମକ ଦୁଇ ଯୁବକଙ୍କୁ ଗିରଫ କରିଛି ପୋଲିସ।

You might also like