ନିର୍ମାଣାଧୀନ ବ୍ରିଜ୍ ଭୁଶୁଡି ୧୨ ମୃତ

ବାରଣାସୀ:  ଉତ୍ତର ପ୍ରଦେଶ ବାରଣାସୀରେ ଅଘଟଣ। ବାରଣାସୀର କ୍ୟାଣ୍ଟେନମେଣ୍ଟ ରେଲେଓ୍ୱ ଷ୍ଟେସନ ନିକଟରେ ନିର୍ମାଣାଧୀନ ବ୍ରିଜ ଭୁଶୁଡି ୧୨ ଜଣଙ୍କ ମୃତ୍ୟୁ ହୋଇଛି।

ଭଙ୍ଗା ବ୍ରିଜ୍‌ ତଳେ ଏବେବି ୫୦ରୁ ଅଧିକ ଲୋକ ଚାପି ହୋଇ ରହିଥିବାରୁ ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି। ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଘଟଣା ସ୍ଥଳରେ ଏନଡିଆର୍‌ଏଫ୍ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିବା କହିଛନ୍ତି ୟୁପି ଡିଜିପି ଓପି ସିଂ। ଏହା ସହ ଚାପି ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ପୋଲିସ, ଦମକଳ ବାହିନୀ ଓ ସ୍ଥାନୀୟ ଲୋକମାନେ ଉଦ୍ୟମ ଜାରି ରଖିଛନ୍ତି।

ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ 5 ଲକ୍ଷ ଲେଖାଏ ସହାୟତା ଦେବାକୁ ୟୁପି ସରକାର ଘୋଷଣା କରିଛନ୍ତି I ସେପଟେ ଦୁର୍ଘଟଣାର ତଦନ୍ତ କରି 48 ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି I