ଭୁଶୁଡ଼ିଲା ପୋଲ

ଝାରସୁଗୁଡ଼ା: ଭାରିଯାନର ଓଜନ ସହି ନ ପାରି ଦବିଗଲା ପୋଲ। ଆଉ ଏକ  ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ହାଇଓ୍ୱା ଗାଡ଼ି। ଝାରସୁଗୁଡ଼ା ଜିଲ୍ଲା ବଞ୍ଜରି ପଞ୍ଚାୟତରେ ଏହି ଦୁର୍ଘଟଣା ଘଟିଛି।

ଝାରସୁଗୁଡ଼ା ଓ ସୁନ୍ଦରଗଡ଼କୁ ସଂଯୋଗ କରୁଥିବା ଲୋଟସ ପୋଲ ଉପରେ ଗତକାଲି ରାତିରେ ଏକ ଚିପ୍ସ ବୋଝେଇ ହାଇଓ୍ୱା ଗାଡ଼ି ଅତିକ୍ରମ କରୁଥିବା ବେଳେ ସ୍ଲାବ୍‌ଟି ହଠାତ୍‌ ଦବି ଯାଇଥିଲା। ଫଳରେ ଭଙ୍ଗା ପୋଲ ଉପରେ ହାଇୱା ଗାଡ଼ିଟି ଲଟକି ରହିଥିଲା। ତେବେ ହାଇଓ୍ୱା ଗାଡ଼ିର ଡ୍ରାଇଭର ସୁରକ୍ଷିତ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ, ଆଜି ସକାଳେ ଜେସିବି ମେସିନ୍‌ ସାହାଯ୍ୟରେ ହାଇୱାକୁ ପୋଲ ଉପରୁ ହଠାଯାଇଛି।

ସୂଚନାଥାଉ କି, ପୋଲଟି ୨୦ ବର୍ଷ ପୂର୍ବେ ନିର୍ମାଣ କରାଯାଇଥିବା ଜଣାପଡ଼ିଛି।

You might also like