• translate
Odishatv Bureau

ମୁମ୍ବାଇ: ମୁମ୍ବାଇରେ ଭୁଶୁଡିଲା ଫୁଟ୍‌ ଓଭରବ୍ରିଜ୍‌। ମୁମ୍ବାଇର ଅନ୍ଧେରି ଷ୍ଟେସନ୍‌ରେ ଆଜି ସକାଳୁ ଓଭରବ୍ରିଜର କିଛି ଅଂଶ ଭୁଶୁଡ଼ି ଯାଇଥିଲା। ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।

ଏସ୍‌ଭି ରୋଡ଼୍‌ର ଏହି ଗୋଖେଲ ବ୍ରିଜ୍‌ ଅନ୍ଧେରି ଇଷ୍ଟ ଓ ଅନ୍ଧେରି ୱେଷ୍ଟ ଷ୍ଟେସନକୁ ସଂଯୋଗ କରେ। ପ୍ରତ୍ୟେକ ଦିନ ଏହି ବ୍ରିଜ୍‌ ମାଧ୍ୟମରେ ହଜାର ହଜାର ଲୋକ ଯିବାଆସିବା କରିଥାନ୍ତି।

ଅନ୍ଧେରି ଷ୍ଟେସନ୍ ପାଖରେ ଓଭରବ୍ରିଜଟି ଥିବାରୁ ବ୍ରିଜ୍‌ଟି ଭୁଶୁଡ଼ିଯିବା ଫଳରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଘଟଣାସ୍ଥଳରେ NDRF ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏହି ଘଟଣାରେ ୬ଜଣ ଆହତ ହୋଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ବ୍ରିଜ୍‌ ଭୁଶୁଡ଼ିବାର ପକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନି। ବ୍ରିଜ୍‌ଟି ବହୁ ପୁରୁଣା କୁହାଯାଉ ଥିବାବେଳେ, ଗତକାଲି ରାତିରୁ ମୁମ୍ବାଇରେ ପ୍ରବଳ ବର୍ଷା ଲାଗି ରହିଛି। ତେବେ ଏହାର ପ୍ରକୃତ କାରଣ କ’ଣ ହୋଇପାରେ ସେନେଇ କିଛି ସ୍ପଷ୍ଟ ଜଣାପଡ଼ିନି। ତଦନ୍ତ ପରେ ସବୁ କିଛି ଜଣାପଡ଼ିବ।

 

Other Stories