ବାସର ରାତିରେ ପ୍ରେମିକ ସହ ଚମ୍ପଟ ମାରିଲେ ନବବଧୂ

ବଲାଙ୍ଗିର : ଧୂମଧାମ୍‌ରେ ସରିଲା ବାହାଘର। ଭୋଜିଭାତରେ ମସଗୁଲ୍‌ ସମ୍ପର୍କୀୟ ବି ଯେ ଯାହା ବାଟରେ ଯିଏ ଗଲେ। ନୂଆ ବାହା ହୋଇଥିବା ସ୍ୱାମୀ ଫୁଲ ଶେଯରେ ଆଉଜି ପଡି ଛାଇ ନିଦରେ ଭବିଷ୍ୟତର ସୁନେଲି ସ୍ୱପ୍ନ ଦେଖୁଥାନ୍ତି। ଏଣେ ନବବିବାହିତା ଧୋକାବାଜ୍‌ ସ୍ତ୍ରୀ ରଚିଥାଏ ଷଡ଼ଯନ୍ତ୍ର। ଆଉ ଏହି ଷଡ଼ଯନ୍ତ୍ର ପାଇଁ ସେଇ ଚଉଠି ରାତିରେ ଧୂଳିସାତ୍‌ ହୋଇଯାଏ ସବୁ ସ୍ୱପ୍ନ । ଧୋକାବାଜ ସ୍ତ୍ରୀର ପ୍ରେମିକ ସହ ଖସିଯିବାକୁ କରିଥିବା ଯୋଜନାରେ ସଫଳ ହୁଅନ୍ତି । ସ୍ୱାମୀ ଶୋଇଯିବା ପରେ, ବାହାରପଟୁ ଦୁଆରରେ ତାଲା ପକାଇ, ପ୍ରେମିକ ସହ ଫେରାର ହୋଇଯାଆନ୍ତି ନବବଧୂ। ଏପରି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକରେ ।

ପୂରା ଘଟଣା ଥିଲା ଏହିପରି –
ମାର୍ଚ୍ଚ ୪ ତାରିଖ । ବେଲପଡା ଡୁଙ୍ଗୁରୀପାଲି ଗାଁର ଜଣେ ଯୁବକଙ୍କ ଶୁଭ ବିବାହ ଲଗ୍ନ ଅନୁଯାୟୀ ସ୍ଥିର ହୋଇଥିଲା। ବାହାଘର ପାଇଁ ବରକୁ ବିଦା କରିଥିଲେ ପରିବାର ଲୋକେ। ବରଯାତ୍ରୀ ଯାଇ ପହଞ୍ଚିଥିଲା କନିଆଘର ସାଉନ୍ତମୁଣ୍ଡା ଗାଁରେ। ଝିଅ ଝୁମୁରୀ(ଛଦ୍ମନାମ)ଙ୍କ ବାହାଘର ପାଇଁ ଖୁବ ଖୁସିଥିଲେ କନ୍ୟାଘର ଲୋକେ। ଭୋଜିଭାତରେ ଆପ୍ୟାୟିତ ହେଲେ ବରଯାତ୍ରୀ। ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ଅଗ୍ନିକୁ ସାକ୍ଷୀରଖି, ସାତ ଜନମର ସାଥୀ ହେବା ପାଇଁ ଶପଥ ନେଇଥିଲେ ବର ଓ କନ୍ୟା ଝୁମୁରୀ।

ସୁରୁଖୁରୁରେ ସରିଲା ବାହାଘର। ଚାରିଦିନ ପରେ ହେଲା ଚଉଠି ରାତି। ଫୁଲ ସେଜରେ ପତ୍ନୀଙ୍କ ମୁହଁ ଦେଖିବାକୁ ଅପେକ୍ଷା କରିଥିବା ବରପାତ୍ର ଜଣକ କିନ୍ତୁ ଯାହା ଭାବି ନ ଥିଲେ ସେ କଥା ଘଟିଗଲା। ନବବିବାହିତଙ୍କ ଘରେ ପହଞ୍ଚିଥିଲେ ଦୁଇଜଣ ଯୁବକ। ପତ୍ନୀ ଝୁମୁରୀଙ୍କ ସମ୍ପର୍କୀୟ ବୋଲି ପରିଚୟ ଦେଇ ନିରୋଳାରେ କଥାବାର୍ତ୍ତା ହୋଇଥିଲେ । ଆଉ ଠିକ୍‌ ରାତି ୧୧ଟାରେ ଚଉଠି ରାତିରେ ଛୁ ହୋଇଗଲେ ନବବଧୂ। ବାସର ଘର ଦୁଆର ମୁହଁରେ ତାଲା ପକାଇ, ପ୍ରେମିକ ସହ ଚମ୍ପଟ ମାରିଥିଲେ ନବବିବାହିତା।

ସ୍ତ୍ରୀକୁ ନ ପାଇ କିଛି ସମୟ ଖୋଜା ଖୋଜି କରି ବେଲପଡା ଥାନାରେ ଅଭିଯୋଗ କରିଥିଲେ ବର। ତଦନ୍ତ ଆରମ୍ଭ କରିଥିଲା ପୋଲିସ। କିନ୍ତୁ ପରେ ଜଣାପଡିଲା ଅସଲ କଥା। ପ୍ରେମିକ ସହ ଝୁମୁରୀ ଫେରାର ହୋଇଥିବା ଜାଣିପାରି ପୋଲିସ ଦୁଇଜଣଙ୍କୁ ଉଦ୍ଧାର କରିଥିଲା। ବିବାହିତ ସ୍ୱାମୀ ପତ୍ନୀ ଝୁମୁରୀଙ୍କୁ ଆଉଥରେ ଗ୍ରହଣ କରିବାକୁ ମନା କରିଦେବାରୁ, ପ୍ରେମିକଙ୍କ ସ୍ତ୍ରୀ ଭାବେ ରହିବାକୁ ସହମତି ଦେଇଥିଲେ ଝୁମୁରୀ। ବାହାଘର ସମୟରେ ଉଭୟ ପରିବାରରୁ ଦିଆଯାଇଥିବା, ବିଭିନ୍ନ ସାମଗ୍ରୀକୁ ପୋଲିସ ମଧ୍ୟସ୍ଥତାରେ ମଧ୍ୟ ଫେରାଇ ଦିଆଯାଇଛି।

ଦେଖନ୍ତୁ ଏହି ଭିଡ଼ିଓ-

ଆହୁରି ପଢ଼ନ୍ତୁ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

You might also like