ଦୁଲ୍‌ହନ୍‌ର ଦେଶୀ ଡ୍ୟାନ୍ସକୁ ଦେଖି ତାଜୁବ୍‌ ହୋଇଗଲା ବିଦେଶୀ ଦୁଲ୍‌ହା

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡ଼ିଆରେ ବିବାହର ଏକ ଭିଡ଼ିଓକୁ ନେଇ ଖୁବ୍‌ ଚର୍ଚ୍ଚା। ଏହାକୁ ନେଇ ଖାଲି ଚର୍ଚ୍ଚା ନୁହେଁ ବରଂ ଭାଇରାଲ ହେବାରେ ଲାଗିଛି ଏହି ଭିଡ଼ିଓ। କାରଣ କ’ଣ ଜାଣନ୍ତି କି? ତେବେ ଜାଣନ୍ତୁ ଭିଡ଼ିଓ ଭାଇରାଲର ପ୍ରକୃତ କାରଣ…

ଭିଡ଼ିଓ ଭାଇରାଲ ହେବା ପଛରେ ପ୍ରକୃତ କାରଣ ହେଲା ଦୁଲ୍‌ହନ୍‌ର ଡ୍ୟାନ୍ସ। ଏହି ଭିଡ଼ିଓରେ ଦୁଲ୍‌ହନ୍‌ ସାନ୍‌ଦାର ଡ଼୍ୟାନ୍ସ କରୁଥିବାବେଳେ ବିଦେଶୀ ଦୁଲ୍‌ହା ଏହାକୁ ମନଭରି ଉପଭୋଗ କରିବା ସହ ମଜା ମଧ୍ୟ ଉଠାଉଥିବାର ଦେଖାଯାଉଛି।

ଦୁଲ୍‌ହନ୍‌ ପୂରା ଦେଶୀ ଅନ୍ଦାଜରେ ଫିଲ୍ମ ‘ବାଜିରାଓ ମସ୍ତାନୀ’ ର ‘ଦିୱାନି ହୋ ଗୟି’ ଓ ବଲଉଡ଼ର ଆଉ ଏକ ଗୀତ ‘ନାଗାଡ଼ା ଢ଼ୋଲ ବାଜେ’ ରେ ଡ୍ୟାନ୍ସ କରୁଥିବାର ନଜର ଆସୁଛି। ଯେଉଁଠି ବିଦେଶୀ ଦୁଲ୍‌ହା ଦୁଲ୍‌ହନ୍‌ର ଏଭଳି ଡ୍ୟାନ୍ସ ଦେଖି ପୂରା ତାଜୁବ୍‌। ଦୁଲ୍‌ହନ୍‌ ପୂରା ଦୀପିକା ପାଦୁକୋନ୍‌ଙ୍କ ଭଳି ଡ଼୍ୟାନ୍ସ କରୁଥିବାର ଜଣାପଡ଼ୁଛି। ୩ ମିନିଟ୍‌ର ଏହି ଭିଡ଼ିଓ ପରର୍ଫମାନ୍ସକୁ ଦର୍ଶକମାନେ ଖୁବ୍‌ ପ୍ରଶଂସା କରିବା ସହ ଅଧିକରୁ ଅଧିକ ସେୟାର କରୁଥିବାର ମଧ୍ୟ ଦେଖାଯାଇଛି।

ଦେଖନ୍ତୁ ଭିଡ଼ିଓ (ସୌଜନ୍ୟ-Being Woman):

 

You might also like