‘ଗ୍ରେଟର୍ ବ୍ରହ୍ମପୁର’ ପାଇଁ ଲୋକଙ୍କ ଆଖିରେ ସ୍ୱପ୍ନ

ବ୍ରହ୍ମପୁର :୨୦୦୮ରେ ଗଠନ ହୋଇଥିଲା ବ୍ରହ୍ମପୁର ମହାନଗର ନିଗମ। ୩୭ଟି ଓ୍ୱାର୍ଡରୁ ବଢି ହେଲା ୪୦ଟି ଓ୍ୱାର୍ଡ। ଗ୍ରେଟର ବ୍ରହ୍ମପୁର ଗଠନ ନେଇ ବ୍ରହ୍ମପୁରବାସୀଙ୍କୁ ଗୋଲାପୀ ସ୍ୱପ୍ନ ଦେଖାଇଥିଲେ ସରକାର।

ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ହିଞ୍ଜିଳିକାଟୁର କିଛି ଅଞ୍ଚଳ ମିଶାଇ ଗ୍ରେଟର ବ୍ରହ୍ମପୁର ଗଠନ କରିବାକୁ ଦେଇଥିଲେ ପ୍ରତିଶ୍ରୁତି। ଯୋଜନା ଥିଲା ସହର ଚାରିପାଖର ୨ରୁ ୪ କିଲୋମିଟର ମଧ୍ୟରେ ଥିବା ଅଞ୍ଚଳକୁ ମହାନଗରେ ମିଶାଇବା। ଲୋଚାପଡ଼ା, ଶକ୍ତିନଗର, ବ୍ରଜନଗର, କାଳୁଆନଗର, ଆମ୍ବପୁଆ ଏଭଳି ଅନେକ ପଞ୍ଚାୟତ ରହିଛି ଏହି ତାଲିକାରେ। ଆଗକୁ ବ୍ରହ୍ମପୁର ମହାନଗର ନିର୍ବାଚନ ଥିବାରୁ ଏହି ଅଞ୍ଚଳବାସୀ ମ୍ୟୁନିସିପାଲଟିରେ ସାମିଲ ହେବାନେଇ ଆଶାବାଦୀ।

ପୂର୍ବରୁ ଏହି ତଳି ଅଞ୍ଚଳବାସୀଙ୍କୁ ମ୍ୟୁନିସିପାଲଟିରେ ମିଶାଇବା ପାଇଁ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଥିଲା। ବିଭିନ୍ନ ସମୟରେ ଦାବି ପତ୍ର ମଧ୍ୟ ପ୍ରଶାସନକୁ ଦିଆଯାଇଛି, ହେଲେ ଲୋକଙ୍କ ଅଭିଯୋଗ, ପ୍ରଶାସନ ଶୁଣୁନି ତେବେ ଆଗକୁ ଯଦି ଦାବି ପୂରଣ ନହୁଏ, ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ଆହୁରି ପଢ଼ନ୍ତୁ

You might also like