ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ବ୍ରହ୍ମୋସ୍ର ପରୀକ୍ଷଣ
ବାଲେଶ୍ୱର: ଚାନ୍ଦିପୁର ଟେଷ୍ଟ୍ ରେଂଜ୍ରୁ ଆଜି ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ବ୍ରହ୍ମୋସର ପରୀକ୍ଷଣ ହୋଇଛି। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସକାଳ ୧୦ଟା ୧୮ରେ ଏହାର ପରୀକ୍ଷଣ ହୋଇଥିଲା। ବ୍ରହ୍ମୋସକୁ ଅଧିକ ଦିନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରାଇବା ପାଇଁ ଏହି ପରୀକ୍ଷଣ କରାଯାଇଥିଲା। ଭାରତର ଡିଆରଡିଓ ଏବଂ ରୁଷିଆର ଏନପିଓମ ପକ୍ଷରୁ ମିଳିତଭାବେ ବ୍ରହ୍ମୋସ୍ ତିଆରି କରାଯାଇଛି। ପର୍ବତ ଉପରେ କିମ୍ବା ବିମାନରେ ଯାଉଥିବା ଶତ୍ରୁପକ୍ଷକୁ ଟାର୍ଗେଟ୍ କରିବାକୁ ବ୍ରହ୍ମୋସ୍ର କ୍ଷମତା ରହିଛି। ବ୍ରହ୍ମୋସ୍ ମିସାଇଲ ଶବ୍ଦର ଗତିଠାରୁ ତିନିଗୁଣ ବେଗରେ ଯାଇପାରିବ।