ଧୀର ମନ୍ଥର ଗତିରେ ଚାଲିଛି ସେତୁ ନିର୍ମାଣ କାମ

ପୁରୀ : ଧୀର  ମନ୍ଥର ଗତିରେ ଚାଲିଛି ସେତୁ ନିର୍ମାଣ କାମ। ୫ ବର୍ଷ ପୂର୍ବରୁ ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ବାଲିକେରା ଓ ତିନିକୁଦା ମଧ୍ୟରେ ସେତୁ ନିର୍ମାଣ କାମ ଆରମ୍ଭ ହୋଇଥିଲା। ହେଲେ ଆଜି ପର୍ଯ୍ୟନ୍ତ କାମ କେବଳ ୨ଟି ପିଲାରରେ ସିମିତ ରହିଛି । ସ୍ଥାନୀୟ ଲୋକଙ୍କ ବାରମ୍ବାର ଦାବି ପରେ ବିଜୁ ସେତୁ ଯୋଜନାରେ ସ୍ଥାୟୀ ପୋଲ ନିର୍ମାଣ ପାଇଁ ୪ କୋଟି ୮୨ ଲକ୍ଷ ବ୍ୟୟ ଅଟକଳ କରାଯାଇ ଟେଣ୍ଡର କରାଗଲା। ୨୯-୫-୨୦୧୫ରୁ ଆରମ୍ଭ ହୋଇ ୨୮-୧-୨୦୧୭ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ରହିଲା।

ହେଲେ  ଏ ପର୍ଯ୍ୟନ୍ତ ୨୦ ପ୍ରତିଶତ କାମ ସରିନାହିଁ। ଫଳରେ ପୂର୍ବ ଅପେକ୍ଷା ଲୋକଙ୍କ ଦୁଃଖ ଆହୁରି ବଢିଯାଇଛି। ସଂପୃକ୍ତ ଠିକା ସଂସ୍ଥା ଦିନେ କାମ କଲେ ୨ ମାସ ବନ୍ଦ କରୁନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଠିକା ସଂସ୍ଥାର କର୍ମଚାରୀ କହୁଛନ୍ତି ବିଭାଗ କାର୍ଯ୍ୟାଦେଶ ଦେଉନଥିବାରୁ କାମ ହେଉନାହିଁ।

ସେତୁ ନିର୍ମାଣରେ ଅହେତୁକ ବିଲମ୍ବ ବାବଦରେ ଆମେ ପଚାରିଥିଲୁ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ। ବିଳମ୍ବକୁ ସେ ସ୍ୱୀକାର କରିବା ସହ ଚଳିତ ବର୍ଷଶେଷ ସୁଦ୍ଧା ସେତୁର ନିର୍ମାଣ କାର୍ଯ୍ୟଶେଷ ହେବ ବୋଲି ସେ କହିଛନ୍ତି। ୩ ବର୍ଷରେ ଯଦି ୨ଟି ପିଲାର ହୋଇଛି। ତେବେ ୭ ମାସ ଭିତରେ କିଭଳି ପୁରା ସେତୁ ନିର୍ମାଣ କାମ ଶେଷ ହେବ ତାହା ହିଁ ଏବେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି।

 

ଆହୁରି ପଢ଼ନ୍ତୁ

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

ସୁସ୍ଥ ହେଲେ ୪୭୬୧ କରୋନା ଆକ୍ରାନ୍ତ

ରାଜନେତାଙ୍କ ଅପରାଧିକ ମାମଲାର ତଥ୍ୟ ଦିଅ: ହାଇକୋର୍ଟ

ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୯ ପଜିଟିଭ୍ ଚିହ୍ନଟ

ବୈଜୟନ୍ତ ପୁଣି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ଉଚ୍ଛେଦ ହେଲା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂର ଉଠା ଦୋକାନ

ଓଟିଭି ଏମ୍‌ଡିଙ୍କ ବିରୋଧରେ ପୁଣି ଏକ ଅଭିଯୋଗ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

You might also like