ଛାତ ଭୁଶୁଡ଼ି ୫ ବର୍ଷୀୟ ଶିଶୁର ମୃତ୍ୟୁ, ୩ ଆହତ

ଗଞ୍ଜାମ : ଗଞ୍ଜାମ ଶେରଗଡ଼ରେ ଅଘଟଣ। ଛାତ ଭୁଶୁଡ଼ି ଗୋଟିଏ ୫ବର୍ଷୀୟ ଶିଶୁର ମୃତ୍ୟୁ ହୋଇଛି। ୩ ଜଣ ଆହତ ହୋଇଛନ୍ତି। ଶେରଗଡ଼ ବ୍ଲକ ଗୋଠଗାଁ ପଞ୍ଚାୟତର ପୁନାନ୍ଦ ଗାଁରେ ଏହି ଅଘଟଣ ଘଟିଛି।

ରାତିରେ ଘରେ ଶୋଇଥିଲେ ବାପା, ମା ଓ ୨ ଜଣ ଛୋଟ ପୁଅ। ଶୋଇଥିବା ବେଳେ ସମସ୍ତଙ୍କ ଉପରେ ଛାତରୁ କଂକ୍ରିଟ ଖସି ପଡିଥିଲା। ୪ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶିଶୁପୁତ୍ରର ମୃତ୍ୟୁ ହୋଇଥିଲା। ବାପା, ମା ଓ ଅନ୍ୟ ଜଣେ ପୁଅ ଏବେବି ଚିକିତ୍ସାଧୀନ ଅଛନ୍ତି।

You might also like