ହଟ୍ଟଗୋଳ ଯୋଗୁଁ ସଂସଦରେ ଆସି ପାରିଲାନି ଅନାସ୍ଥା ନୋଟିସ୍ : ବିଜେଡି ସମର୍ଥନ କରିବ ନା ବିରୋଧ, ଆଭିମୁଖ୍ୟ ସ୍ପଷ୍ଟ କଲେନି ନବୀନ

ଭୁବନେଶ୍ୱର : ହଟ୍ଟଗୋଳ ଛାଡି ଶାନ୍ତ ରହିବାକୁ ବାରମ୍ବାର ଅନୁରୋଧ କରୁଥିଲେ ବାଚସ୍ପତି ସୁମିତ୍ରା ମହାଜନ, ହେଲେ ତାଙ୍କ କଥା ଆଦୌ ଶୁଣୁନଥିଲେ ବିରୋଧୀ ସାଂସଦ। ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ଆଜି ଏମିତି ଅବସ୍ଥା ଲାଗି ରହିଥିଲା ଲୋକସଭାରେ। ଫଳରେ ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ନୋଟିସ୍ ଉପରେ ଆଲୋଚନା ହେବା ପୂର୍ବରୁ ମୁଲତବୀ ହୋଇଗଲା ଗୃହ।

ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ YSR କଂଗ୍ରେସ ଓ ଟିଡିପି ସଦସ୍ୟଙ୍କ ହଟ୍ଟଗୋଳ ସାଙ୍ଗକୁ କାବେରୀ ଜଳ ବିବାଦ ପ୍ରସଙ୍ଗରେ AIADMK ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ହଟ୍ଟଗୋଳ ଚାଲିଥିବା ଭିତରେ ଗୃହମନ୍ତ୍ରୀ ରାଜନାଥ ସିଂ ଅନାସ୍ଥା ପ୍ରସ୍ତାବ ସହ ବିରୋଧୀଙ୍କ ଅନ୍ୟ ସମସ୍ତ ଦାବି ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଥିବା କହିବା ସତ୍ତ୍ୱେ ବି ସ୍ଥିତି ଶାନ୍ତ ପଡିନଥିଲା। ଫଳରେ ଗୃହକୁ କାଲି ଯାଏଁ ମୁଲତବୀ ରଖିଥିଲେ ବାଚସ୍ପତି। ରାଜ୍ୟସଭାରେ ବି ଦେଖିବାକୁ ମିଳିଥିଲା ସମାନ ଦୃଶ୍ୟ।

ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବେ ବୋଲି କହିଛନ୍ତି ଅଧିକାଂଶ ବିରୋଧୀ ଦଳ କଂଗ୍ରେସ, ତୃଣମୂଳ କଂଗ୍ରେସ ଓ ବାମଦଳଙ୍କ ସହ ଆଉ କିଛି ଦଳ ମଧ୍ୟ ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି। ତେବେ ଏଭଳି ସ୍ଥିତିରେ ବିଜେଡିର ଆଭିମୁଖ୍ୟ ନେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ୟୁପିଏ ହେଉ ବା ଏନ୍‌ଡିଏ , ସମସ୍ତେ ଆମକୁ ଅବହେଳା କରିଛନ୍ତି। ଓଡ଼ିଶାର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ ଅଣଦେଖା କରିଛନ୍ତି, ଯାହାକୁ ଆମେ ଲୋକସଭାରେ ଉଠାଇବୁ।

ଏନ୍‌ଡିଏ ମେଣ୍ଟ ନିକଟରେ ଆବଶ୍ୟକତା ଠାରୁ ଢେର ଅଧିକ ସାଂସଦଙ୍କ ସମର୍ଥନ ରହିଛି। ତେବେ ଅନାସ୍ଥା ନୋଟିସ୍ ଗୃହିତ ହେଲେ ବିରୋଧୀ ଗୋଷ୍ଠୀଙ୍କ ଶକ୍ତି ଦେଖିବାକୁ ମିଳିବ ବୋଲି କୁହାଯାଉଥିଲା ତେବେ ତାହା ହୋଇପାରିନାହିଁ।

ଆହୁରି ପଢ଼ନ୍ତୁ

ପର୍ଯ୍ୟଟକଙ୍କୁ ଗାଳିଗୁଲଜ କରୁଥିଲେ ଶୁଆ, ନିଆଗଲା ଏମିତି କାର୍ଯ୍ୟାନୁଷ୍ଠାନ

ଅନଲକ୍-୫ ଗାଇଡ୍ ଲାଇନ୍: କ’ଣ ଖୋଲିବ କେଉଁ ସବୁ କଟକଣା ରହିବ ଜାଣନ୍ତୁ

ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଅଡୁଆ ବଢ଼ିଲା: ସମନ କଲା ପୋଲିସ

ଦେଶରେ ୬୨ ଲକ୍ଷ ପାର୍ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ନିକଟତର

ବାବ୍ରୀ ମସଜିଦ୍ ରାୟକୁ ନେଇ ପାକିସ୍ତାନ ରଖିଲା ପ୍ରତିକ୍ରିୟା

ହାଥରଶ ଗଣଦୁଷ୍କର୍ମ ଘଟଣା; ADG କହିଲେ, ଜବରଦସ୍ତି ହୋଇନଥିଲା ଅନ୍ତିମ ସଂସ୍କାର

ବାବ୍ରୀ ମସ୍‌ଜିଦ୍ ରାୟ ଶୁଣିବା ପରେ କ’ଣ କହିଲା କଂଗ୍ରେସ ?

ପୀଡିତାଙ୍କ ସହ ଦୁଷ୍କର୍ମ ହୋଇନାହିଁ କି ତାଙ୍କର ଜିଭ କଟାଯାଇ ନାହିଁ -ପୋଲିସ

‘ଜୟ ଶ୍ରୀରାମ’ କହି ରାୟଙ୍କୁ ସ୍ୱାଗତ କଲେ ଆଡଭାନୀ

ଅପରାଧର ବର୍ଷ ୨୦୧୯: ପ୍ରତ୍ୟେକ ଦିନ ୮୭ଟି ଦୁଷ୍କର୍ମ ମାମଲା ରେକର୍ଡ

ଅସହାୟଙ୍କ ସାହା ପାଲଟିଥିବା ସୋନୁ ସୁଦ୍‌ଙ୍କୁ ସମ୍ମାନିତ କଲା ଜାତିସଂଘ

୨ ବର୍ଷ ତଳେ ନିଖୋଜ ଥିଲେ ମହିଳା, ଜୀବିତ ଅବସ୍ଥାରେ ସମୁଦ୍ରରୁ ଉଦ୍ଧାର ହେଲେ

You might also like