ବମିଖାଲ ଓଭରବ୍ରିଜ୍‌ ଭୁଶୁଡ଼ିବା ଘଟଣା: କୋର୍ଟକୁ ଗଲା ବିଜେପି

ଭୁବନେଶ୍ୱର: ବମିଖାଲ ପୋଲ ଭୁଶୁଡିବା ଘଟଣାରେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ମାମଲା ଦାୟର କରିଛି ବିଜେପି। ଦଳ ପକ୍ଷରୁ ଓ୍ୱାନସିସି କେସ ଦାୟର କରିଛନ୍ତି ଜଗନ୍ନାଥ ପ୍ରଧାନ।

ପୋଲ ଭୁଶୁଡିବା ଘଟଣାରେ ଠିକାଦାର ପଣ୍ଡା ଇନଫ୍ରା ପ୍ରୋଜେକ୍ଟ ସହିତ ପୂର୍ତ୍ତ ବିଭାଗ ଚିଫ ଇଞ୍ଜିନିୟର, ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର, ଏକଜିକ୍ୟୁଟିଭ ଇଞ୍ଜିନିୟର ଓ ଆସିଷ୍ଟାଣ୍ଡ ଇଞ୍ଜିନିୟରଙ୍କ ଭଳି ବିଭାଗୀୟ ଅଧିକାରୀଙ୍କୁ ଗିରଫ କରିବା ପାଇଁ ଦାବି କରିଛି ଦଳ। ଏନେଇ ଗତ ୮ ତାରିଖରୁ ଓଭରବ୍ରିଜ ତଳେ ଅନଶନ କରିବା ସହିତ ଲକ୍ଷ୍ମୀସାଗର ଥାନାରେ ଏତଲା କରିଥିଲା ଦଳ। ଏଥିରେ କେବଳ ଠିକାଦାର ଗିରଫ ହୋଇଥିବା ବେଳେ କୌଣସି ବିଭାଗୀୟ ଅଧିକାରୀଙ୍କୁ ଗିରଫ ବଦଳରେ ସେମାନଙ୍କୁ ସରକାର ତଦନ୍ତ ଦାୟିତ୍ୱ ଦେଇଛନ୍ତି ବୋଲି ଦଳ ଅଭିଯୋଗ କରିଛି। ଆସନ୍ତା ୧୪ ତାରିଖରେ ଏହାର ଶୁଣାଣି ହେବ।

You might also like