ବମିଖାଲ ଓଭରବ୍ରିଜ ଦୁର୍ଘଟଣା ପ୍ରସଙ୍ଗ: ଇଞ୍ଜିନିୟରଙ୍କ ଅବହେଳା ଓ ପିସି କାରବାରରେ ଚାଲିଛି କାମ

ଭୁବନେଶ୍ୱର: ବମିଖାଲରେ ନିର୍ମାଣାଧିନ ଓଭରବ୍ରିଜ ଦୁର୍ଘଟଣାକୁ ନେଇ ସାଂଘାତିକ ଅଭିଯୋଗ ଆଣିଛି ରାଜ୍ୟ ଠିକାଦାର ସଂଘ। ସରକାରୀ ଇଞ୍ଜିନିୟରଙ୍କ ଅବହେଳା ସହ ପିସି କାରବାର ପାଇଁ ଏଭଳି ଦୁର୍ଘଟଣା ହେଲା ବୋଲି ଅଭିଯୋଗ ଉଠାଇଛନ୍ତି ସଂଘ ସଭାପତି ପ୍ରଭାତ ଦାସ। ଦୁର୍ଘଟଣା ପାଇଁ ଦାୟିତ୍ୱରେ ଥିବା ଇଞ୍ଜିନିୟରମାନଙ୍କୁ ସେ ମୁଖ୍ୟତଃ ଦାୟୀ କରିଛନ୍ତି।

କାର୍ଯ୍ୟସ୍ଥଳକୁ ଇଞ୍ଜିନିୟରମାନେ ଆଦୌ ଆସୁ ନାହାନ୍ତି। କେବଳ ପିସି ନେବା ଜାଣିଛନ୍ତି ବୋଲି ସେ କହିଛନ୍ତି।  ପ୍ରତି ବିଲ୍‌ରେ ପିସି କାରବାର ହେଉଛି, ବିନା ପିସିରେ କାମ କାମ ହେଉନି। ପିସି କାରବାରରୁ ଜେଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ବୋଲି ସେ ଅଭିଯୋଗ ଉଠାଇଛନ୍ତି।

ଏଥିସହ ରାଜ୍ୟରେ ଅଣଓଡ଼ିଆ ଠିକାଦାରଙ୍କୁ ପ୍ରୋତ୍ସାହନ ଦିଆଯାଉଥିବା ବେଳେ ଓଡିଆ ଠିକାଦାରଙ୍କ ବିରୋଧରେ ଚକ୍ରାନ୍ତ ଚାଲିଥିବା ସେ କହିଛନ୍ତି। ବ୍ୟବସ୍ଥା ସମ୍ପୂର୍ଣ୍ଣ ଭ୍ରଷ୍ଟ ହୋଇ ଯାଇଛି ବୋଲି ପ୍ରଭାତ କହିଛନ୍ତି।

 

You might also like