ବମିଖାଲ କାମରୁ ପଣ୍ଡା ଇନ୍ଫ୍ରା ପ୍ରୋଜେକ୍ଟକୁ ଅନ୍ତର କରାଯିବ
ଭୁବନେଶ୍ୱର : ଭୁବନେଶ୍ୱର ବମିଖାଲ ଓଭରବ୍ରିଜ୍ କାମରୁ ପଣ୍ଡା ଇନଫ୍ରା ପ୍ରୋଜେକ୍ଟକୁ ବାଦ୍ ଦିଆଯିବ। ନିର୍ମାଣାଧୀନ ବମିଖାଲ ଓଭରବ୍ରିଜ୍ ପୁନଃ ଭୁଶୁଡ଼ିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପଣ୍ଡା ଇନଫ୍ରାକୁ କାମରୁ ବାହାର କରିବା ନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ।
ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଓଭରବ୍ରିଜ କାମର ଆଉ ମାତ୍ର ୪ରୁ ୫ କୋଟି ଟଙ୍କାର କାମ ବାକି ରହିଛି। ବାକି କାମକୁ ୨ ମାସ ମଧ୍ୟରେ ଶେଷ କରାଯିବ ବୋଲି କହିଛନ୍ତି ପୂର୍ତ୍ତ ସଚିବ।
ବ୍ରିଜ୍ ଉଦ୍ଘାଟନ ପୂର୍ବରୁ ଏହାର ତୃତୀୟ ପକ୍ଷ ଦ୍ୱାରା ଯାଞ୍ଚ କରାଯିବ। ପ୍ରଥମ ଦୁର୍ଘଟଣା ପରେ ପଣ୍ଡା ଇନଫ୍ରା ପ୍ରୋଜେକ୍ଟକୁ କାମ ଦିଆଯାଇଥିଲା। ତାପରେ ମଧ୍ୟ ପଣ୍ଡା ଇନଫ୍ରା ଠିକ୍ ଭାବେ କାମ କଲା ନାହିଁ। ଏହା ଅକ୍ଷମଣୀୟ ଅପରାଧ ବୋଲି କହିଛନ୍ତି ପୂର୍ତ୍ତ ସଚିବ।