୨୪ ଘଣ୍ଟା ନ ପୁରୁଣୁ ଦୁର୍ଘଟଣା ସ୍ଥଳରେ ପୁଣି କାମ ଆରମ୍ଭ

ଭୁବନେଶ୍ୱର : ସମୟ ରାତି ଗୋଟାଏ। ବମିଖାଲ ଓଭରବ୍ରିଜର ଦୁର୍ଘଟଣା ସ୍ଥାନରୁ ମାତ୍ର ୫ ମିଟର ଦୂରରେ ଚାଲିଛି ପାଇଲିଂ କାମ। ଏଠି ଅନ୍ଧାରରେ ଠିଆ ହୋଇ ମେସିନକୁ ଅପରେଟ କରୁଛନ୍ତି ଶ୍ରମିକ। ପାଦରେ ଜୋତା ନାହିଁ କି ମୁଣ୍ଡରେ ହେଲମେଟ ନାହିଁ। ହଠାତ୍ କ୍ୟାମେରା ଦେଖିବା ପରେ ମେସିନ ଚଲାଇବା ବନ୍ଦ କରିଦେଲେ।

ବଡ଼ କଥା ହେଉଛି ଏହି ସ୍ଥାନରେ ନିରାପତ୍ତା ବ୍ୟବସ୍ଥା ବିନା କାମ କରୁଥିବା ଅବସ୍ଥାରେ ୩ ତାରିଖରେ ରାତିରେ ଯାଇଥିଲା ଜଣେ ଶ୍ରମିକର ଜୀବନ। ତଥାପି ଚେତିନାହାଁନ୍ତି ପଣ୍ଡା ଇନ୍‌ଫ୍ରା କର୍ତ୍ତୃପକ୍ଷ। କ୍ୟାମେରା ଦେଖି ତରବରିଆ ଭାବେ ଶ୍ରମିକଙ୍କ ହେଲ୍‌ମେଟ୍ କଥା ମନେପଡ଼ିଲା। ଏପଟେ ଆଜି ଦିନ ବେଳେ କିନ୍ତୁ କାମ ପୁରା ବନ୍ଦ ରହିଥିବାର ଦେଖିବାକୁ ମିଳିଥିଲା। ପ୍ରଶ୍ନ ଉଠୁଛି ଅଘଟଣ ପରେ ବି କାହିଁକି ତରବରିଆ ଭାବେ ରାତିଅଧରେ ଶ୍ରମିକଙ୍କୁ କାମରେ ଲଗାଇଛି ଠିକା ସଂସ୍ଥା? କେଉଁ ବଡପଣ୍ଡାଙ୍କ ଆର୍ଶିବାଦ ରହିଛି ପଣ୍ଡା ଇନ୍‌ଫ୍ରାର ମୁଣ୍ଡ ଉପରେ? ତେବେ ଏ ପ୍ରଥମ ନୁହେଁ, ପଣ୍ଡା ଇନ୍‌ଫ୍ରା ପ୍ରତି ଅନୁଗ୍ରହ ଓ ଆର୍ଶୀବାଦର ଅନେକ ଉଦାହରଣକୁ ନେଇ ଏବେ ଚର୍ଚ୍ଚା।

ଆର୍ଶୀବାଦ ନମ୍ବର ଓ୍ୱାନ ୧- ବ୍ଲାକ ଲିଷ୍ଟ ହେବା ପରେ ପୁଣି ବମିଖାଲ କାମକୁ ହାତେଇବା ସରକାରୀ ନିର୍ଦ୍ଦେଶନାମାରେ ସ୍ପଷ୍ଟଭାବେ କୁହାଯାଇଥିଲା। କଳାତାଲିକା ଭୁକ୍ତ ହେବା ପରେ ପଣ୍ଡା ଇନଫ୍ରା କୌଣସି ବ୍ୟବସାୟିକ ଦେଣନେଣ କରିପାରିବ ନାହିଁ। କିନ୍ତୁ ବିଡମ୍ବନା ଏବେ ବି ସରକାରଙ୍କ ଗେହ୍ଲାପୁଅ ସାଜିଛି ପଣ୍ଡା ଇନଫ୍ରା।

ଆର୍ଶୀବାଦ ନମ୍ବର ୨- ପୂର୍ତ୍ତ ବିଭାଗର ୱେବ୍‌ସାଇଟରେ ଏବେ ପଣ୍ଡା ଇନଫ୍ରା ହେଉଛି ସୁପରକ୍ଲାସ କଣ୍ଟ୍ରାକ୍ଟର। ୨୧୪ ଜଣଙ୍କ ତାଲିକାର ୯୮ ନମ୍ବରରେ ରହିଛି ପଣ୍ଡାର ନାଁ।

ଆର୍ଶୀବାଦ ନମ୍ବର ୩- ବ୍ଲାକ ଲିଷ୍ଟ ହେବା ପରେ ବି ଜଟଣୀଠାରେ ଓଭରବ୍ରିଜର କାମ କରୁଛି ଏହି ସଂସ୍ଥା। ସେପଟେ ସମ୍ବଲପୁରରେ ବି ଲୋକଙ୍କ ଅସନ୍ତୋଷ ସତ୍ତ୍ୱେ ପଣ୍ଡା ଇନଫ୍ରା ପଛରେ ସରକାରୀ କଳର ଆର୍ଶିବାଦ ଅତୁଟ ରହିଛି।

ଏସବୁ ଭିତରେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ କଟାକ୍ଷ କରି କହିଛନ୍ତି ଯେ ସାଧାରଣ ଲୋକେ ତାଙ୍କୁ କହୁଛନ୍ତି ଶାସକ ଦଳର ବିଧାୟକଙ୍କ ପୁଞ୍ଜି ଲାଗିଛି। ପଣ୍ଡା ଇନଫ୍ରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଘଟଣା ସ୍ଥଳକୁ ଯାଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସ ମଧ୍ୟ ସମାନ ସ୍ୱରରେ ସମାଲୋଚନା କରିଛି।

ଗୁରୁବାର ରାତିରେ ଘଟିଥିବା ବମିଖାଲ ଟ୍ରାଜେଡିର ପୋଲିସ୍ ତଦନ୍ତ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶ ଅନୁଯାୟୀ ଗଠିତ ଉଚ୍ଚସ୍ତରୀୟ କମିଟି ଆସନ୍ତା କାଲିଠାରୁ ଏହି  ତଦନ୍ତ  କରିବ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ

ତୀର ମାଡ଼ରେ ଯୁବକଙ୍କ ମୃତ୍ୟୁ

ପିଜି ପ୍ରବେଶିକା ପରୀକ୍ଷାର ସମୟସାମା ଦୃଦ୍ଧି କଲା ଉଚ୍ଚଶିକ୍ଷା ବିଭାଗ

ସନ୍ଦିଗ୍ଧ ଆତଙ୍କୀ ଲିଙ୍କରେ ଭୁବନେଶ୍ୱରରୁ ଜଣକୁ ଉଠାଇ ନେଲା NIA

ପୋଖରୀରେ ବୁଡ଼ିଗଲେ ଦୁଇ ଭଉଣୀ

ଭଡ଼ା ଘରୁ ମିଳିଲା ଇଞ୍ଜିନିୟରିଂ କଲେଜ ପ୍ରଫେସରଙ୍କ ମୃତଦେହ

ଆଡ଼ ଆଖିରେ ଚାହିଁଲେନି ଭାଇବନ୍ଧୁ, ରାସ୍ତା ଉପରେ ଶୁଆଇ ସହାୟତା ଦାବି କଲେ ଗାଁଲୋକ

୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ରୋଗୀ

ଓଡ଼ିଶାରେ ସୁଧୁରୁଛି କରୋନା ସ୍ଥିତି: ୨୪ ଘଣ୍ଟାରେ ୧,୯୩୧ ପଜିଟିଭ୍‌ ଚିହ୍ନଟ

୪୮ ଘଣ୍ଟାରେ ଅବପାତର ରୂପ ନେଇପାରେ ଲଘୁଚାପ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିବ୍ୟାଙ୍ଗ ବାଳିକା

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୱାର୍ଣ୍ଣିଂ

ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

You might also like