ରାଜଧାନୀରେ ଫୁଟିଲା ବୋମା: ରେଷ୍ଟୁରାଣ୍ଟ ଉପରକୁ ବୋମାମାଡ଼ କଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀରେ ଫୁଟିଲା ବୋମା। ଗତକାଲି ରାତିରେ ଭୁବନେଶ୍ୱର ବାପୁଜୀ ନଗର ସ୍ଥିତ ଏକ ରେଷ୍ଟୁରାଣ୍ଟ ଉପରେ ବୋମାମାଡ଼ କରିଛନ୍ତି କିଛି ଦୁର୍ବୃତ୍ତ।

ସୂଚନା ଅନୁସାରେ, ୪ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ରେଷ୍ଟୁରାଣ୍ଟ ଉପରକୁ ସୁତୁଲି ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ବୋମା ମାଡ଼ରେ ରେଷ୍ଟୁରାଣ୍ଟର ଜଣେ କର୍ମଚାରୀ ଆହତ ହୋଇଥିବାର ଜଣାପଡ଼ିଛି।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ କମିଶନରେଟ୍ ପୋଲିସ୍ ଖୋଳତାଡ଼ ଜାରି ରଖିଛି।  ତେବେ ଘଟଣା ନେଇ ରେଷ୍ଟୁରାଣ୍ଟର ମାଲିକ କିମ୍ବା ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନି।

You might also like