ପୋଲିସ୍‌ ଗାଡ଼ି ଉପରକୁ ବୋମାମାଡ଼

କଟକ: ପିସିଆର୍‌ ଭ୍ୟାନ୍‌ ଉପରକୁ ବୋମାମାଡ଼। ଗତକାଲି ବିଳମ୍ବିତ ରାତ୍ରିରେ କଟକ ସଦର ଥାନା କୁରୁଣ୍ଟି ଗାଁକୁ ପୋଲିସ ଯାଇଥିବା ବେଳେ ପିସିଆର୍ ଭ୍ୟାନ୍‌ ଉପରକୁ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତମାନେ। ଏଥିରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।

ସୂଚନା ଅନୁସାରେ କୁରୁଣ୍ଟି ଗାଁର ଜଣେ ଠିକାଦାରଙ୍କୁ ସେ ଅଞ୍ଚଳର ଦୁଇ ଜଣ ଯୁବକ ଦାଦାବଟି ମାଗିଥିଲେ। ବଟି ନ ଦେବାରୁ ଗତ ରାତିରେ ଠିକାଦାରଙ୍କ ଘର ଉପରକୁ ବୋମାମାଡ଼ କରିଥିଲେ ଓ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ।

ଏହି ଖବର ପାଇ ପୋଲିସ ସେହି ଗାଁକୁ ଯାଇଥିଲା।  ତେବେ ଦୁର୍ବୃତ୍ତମାନେ ପିସିଆର୍ ଭ୍ୟାନ୍‌କୁ ମଧ୍ୟ ବୋମା ଫିଙ୍ଗିଥିଲେ।  ଏଥିରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ, ଅପରାଧୀଙ୍କୁ ଧରିବାକୁ ପୋଲିସ ତନାଘନା ଚଳାଇଛି।

You might also like