ଘର ଭିତରେ ଫୁଟିଲା ବୋମା

ଢ଼େଙ୍କାନାଳ: ଘର ଭିତରେ ବୋମା ଫୁଟି ଗୋଟିଏ ପରିବାରର ୪ ଆହତ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା ଗନ୍ଦି‌ଆ ବ୍ଲକ ଝାରଦା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସମସ୍ତ ଆହତଙ୍କୁ ଢେଙ୍କାନାଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ହାତୀ ଘଉଡ଼ାଇବାକୁ ଘରେ ଏକ ବୋମା ରଖାଯାଇଥିଲା। ଶିଶୁଟି ଜାଣି ନ ପାରି ବୋମାଟିକୁ ଗଡ଼ାଇ ଦେଇଥିଲା। ଫଳରେ ବୋମାଟି ଫୁଟି ଯାଇଥିଲା। ବିସ୍ଫୋରଣରେ ଜଣେ ଶିଶୁ ସମେତ ଜଣେ ବୃଦ୍ଧ ଓ ପରିବାର ଅନ୍ୟ ଦୁଇ ସଦସ୍ୟ ଆହତ ହୋଇଛନ୍ତି।

You might also like