ଠିକାଦାରଙ୍କ ଉପରକୁ ବୋମାମାଡ଼

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାରେ ଠିକାଦାରଙ୍କ ଉପରକୁ ବୋମାମାଡ଼। ଚାଉଳିଆ ବାମରାରେ କେନାଲ କାମ ଚାଲିଥିବା ବେଳେ ଠିକାଦାର ଅନୀଲ ମହାନ୍ତିଙ୍କ ଉପରକୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି।

ଗୁରୁତର ଅବସ୍ଥାରେ ଅନୀଲଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।  ଏକ ନାଲି ପଲସରରେ ୨ଜଣ ଦୁର୍ବୃତ୍ତ ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି।  ଦାଦାବଟି ଆଦାୟକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି।  ପାଟକୁରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଛାନଭିନ୍ ‌ଆରମ୍ଭ କରିଛି।

You might also like