ନୟାଗ଼ଡ଼ ରାଜସୁନାଖଳା ଗାଁରେ ବୋମାମାଡ଼ : ଜଣେ ଯୁବକ ମୃତ

ନୟାଗ଼ଡ଼ : ନୟାଗ଼ଡ଼ ରାଜସୁନାଖଳା ଗାଁରେ ବୋମାମାଡ଼। ବୋମାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ନାଁ ଟୁଲୁ ବାରିକ। ତାଙ୍କ ଘର ବାଣପୁର ଅଞ୍ଚଳରେ। ଟୁଲୁ ରାଜସୁନାଖଳା ଅଞ୍ଚଳରେ ଅଟୋ ଚଳାଉଥିଲେ। ତେବେ ଆଜି ସକାଳେ ୨ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଟୁଲୁଙ୍କୁ ପ୍ରଥମେ ଗୁଳି କରିଥିଲ। ତେବେ ତାଙ୍କ ଦେହରେ ଗୁଳି ନବାଜିବାରୁ ପରେ ବୋମାମାଡ଼ କରି ଫେରାର ହୋଇଯାଇଥିଲ।

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବୋମାମାଡ଼ ସନ୍ଦେହ କରାଯାଉଛି। ରାଜସୁନାଖଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

You might also like