ଶ୍ରୀଦେବୀଙ୍କ ମୃତ୍ୟୁ ମାମଲାକୁ କ୍ଲୋଜ୍ କଲା ଦୁବାଇ ପୋଲିସ୍ : ପରିବାରକୁ ହସ୍ତାନ୍ତର ପରେ ମୁମ୍ବାଇ ଆସୁଛି ମରଶରୀର

ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ ଲାଗି ରହିଥିବା ସସପେନ୍ସର ଅବସାନ। କେସ୍‌ କ୍ଳୋଜ୍ କଲା ଦୁବାଇ ପୋଲିସ୍। ମୃତ୍ୟୁର କାରଣକୁ ନେଇ ସନ୍ଦେହ ଦୂର ହେବା ପରେ ମୃତଦେହ ହସ୍ତାନ୍ତର ଲାଗି ପରିବାର ଏବଂ ଭାରତୀୟ ବାଣିଜ୍ୟକ ଦୂତାବାସକୁ ଅନୁମତି ଦେଇଥିଲା ଦୁବାଇ ପୋଲିସ୍। ପରେ ତାଙ୍କ ମରଶରୀର ମୁମ୍ବାଇ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗତକାଲି  UAE ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଫୋରେନସିକ୍ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ଶ୍ରୀଦେବୀଙ୍କ ମୃତ୍ୟୁ ଦୁର୍ଘଟଣାବଶତଃ ଏବଂ ଅଚେତ ଅବସ୍ଥାରେ ସେ ବାଥଟବ୍‌ରେ ବୁଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା।

ଏହି ମାମଲାର ପ୍ରଥମେ ତଦନ୍ତ କରୁଥିଲା ଦୁବାଇ ପୋଲିସ। କିନ୍ତୁ ଅସ୍ୱାଭାବିକ ମୃତ୍ୟୁ ନେଇ ରିପୋର୍ଟ ପରେ ଘଟଣାର ତଦନ୍ତ ଦାୟିତ୍ୱ ନେଇଥିଲା ଦୁବାଇ ପବ୍ଲିକ୍ ପ୍ରୋସିକ୍ସନ ବିଭାଗ। ଘଟଣା ନେଇ ଜେରାର ସମ୍ମୁଖୀନ ହୋଇଥିଲେ ଶ୍ରୀଦେବୀଙ୍କ ସ୍ୱାମୀ ବୋନି କାପୁର।

ପୁତୁରା ମୋହିତ ମାରଓ୍ୱାଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ସ୍ୱାମୀ ବୋନି କପୁର ଓ ଝିଅ ସହ ଦୁବାଇ ଯାଇଥିଲେ। ଶ୍ରୀଦେବୀ ଜୁମେରା ଏମିରେଟ୍ସ ଟାଓ୍ୱାର ହୋଟେଲରେ ଥିବା ବେଳେ ଶନିବାର ରାତିରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ପ୍ରଥମେ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା।  ଏବେ ମୃତ୍ୟୁର କାରଣ ଉପରେ ପର୍ଦ୍ଦା ହଟିବା ପରେ ଏକ ଘରୋଇ ଚାଟାର୍ଡ ବିମାନ ଯୋଗେ  ଶ୍ରୀଦେବୀଙ୍କ ମରଶରୀରକୁ ମୁମ୍ବାଇ ଅଣାଯାଉଛି।

ଏପଟେ ତାଙ୍କ ଶେଷ ଦର୍ଶନ ଲାଗି ତାଙ୍କର ଅଗଣିତ ଫ୍ୟାନ, ସମ୍ପର୍କୀୟ ଓ ପରିବାର ଲୋକେ ଅନାଇ ରହିଛନ୍ତି।

ଆହୁରି ପଢ଼ନ୍ତୁ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

ଅଭିନୟ କ୍ଷେତ୍ରରେ ପୁଅକୁ ସାହାଯ୍ୟ କରିବାକୁ ମନାକଲେ ଆମିର

ଆର୍ୟ୍ୟନ-ନ୍ୟାସାଙ୍କୁ ନେଇ କାଜଲଙ୍କ ଭବିଷ୍ୟବାଣୀକୁ ନାପସନ୍ଦ କଲେ ଶାହରୁଖ !

ନେହାଙ୍କୁ ପରିବାର ସହ ଭେଟ କରାଇଲେ ରୋହନ୍‌, ଭିଡ଼ିଓ ଶେଆର କଲେ ନେହା

ଦୀପିକା ଜ୍ୟାକଲିନ୍‌ଙ୍କର ରହିଛି ମନରେଗା କାର୍ଡ

ବିବାହ ପରେ ଡିମ୍ପଲ୍‌ଙ୍କ ସହ ସମ୍ପର୍କ ରଖିଥିଲେ ସନ୍ନି: ପତ୍ନୀ ପୂଜା ଦେଇଥିଲେ ଏମିତି ଧମକ

୬ ବର୍ଷ ତଳେ ସଲ୍‌ମାନ୍‌ ପଚାରିଥିଲେ କ’ଣ ଜିଣ୍ଟାଙ୍କ ଟିମ୍‌ ଜିତିଲା ? ଏବେ ମିଳିଲା ଏମିତି ଉତ୍ତର

ଚାଲିଗଲେ କୁମ୍‌କୁମ୍‌ ଭାଗ୍ୟର ‘ଇନ୍ଦୁ ଦାଦି’

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ସାଉଥ୍‌ ଆଫ୍ରିକା ଯାଏ ଲମ୍ବିଛି ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌, ଅଭିନେତାଙ୍କ ଗର୍ଲଫ୍ରେଣ୍ଡ୍‌ଙ୍କ ଭାଇକୁ ଗିରଫ କଲା NCB

୬ ବର୍ଷ ବୟସରେ ଢାବାରେ ବାସନ ମାଜୁଥିଲେ ଓମ୍‌ ପୁରୀ, ଇଂରାଜୀ କହିପାରୁନଥିବାରୁ ନିରାଶ ଥିଲେ

ମିଥୁନଙ୍କ ପୁଅଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା, କହିଲେ-ବଳପୂର୍ବକ…

You might also like