ଦେଶୀ ଗର୍ଲ ହେବେ ବିଦେଶୀ ବୋହୂ!
ମୁମ୍ବାଇ: ଦେଶୀ ଗର୍ଲ ହେବେ ବିଦେଶୀ ବୋହୂ! ଆଉ ବାହା ହେବେ ବିଦେଶରେ। ଏଥିପାଇଁ ବିଦେଶରୁ ପ୍ରପୋଜାଲ୍ ମଧ୍ୟ ଆସିଛି। ଏସବୁ ଜାଣିଲା ପରେ ନିଶ୍ଚୟ ମନ ମଧ୍ୟରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିବ। କିଏ ସେ ଦେଶୀ ଗର୍ଲ? ଆଉ ବିଦେଶରେ କାହାକୁ ବାହା ହେବେ? ଏମିତି ଅନେକ କିଛି…
ପଢ଼ନ୍ତୁ ପୂରା ଘଟଣା କ’ଣ…
ଅଭିନେତ୍ରୀ ଅନୁଷ୍କା ଶର୍ମା, ସୋନମ୍ କପୁର ଆଉ ନେହା ଧୁପିଆଙ୍କ ପରେ ପୁଣି ଜଣେ ଅଭିନେତ୍ରୀଙ୍କ ବିବାହକୁ ନେଇ ବଲିଉଡ଼ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା। ଆମେ ଏଠି ଆଉ କାହା କଥା କହୁନୁ। କହୁଛୁ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ବିଷୟରେ।
କୁଆଡେ ଶୁଣିବାକୁ ମିଳୁଛି ଯେ, ଅଭିନେତ୍ରୀ ପ୍ରିୟଙ୍କା ଆମେରିକୀୟ ପପ୍ ଷ୍ଟାର ନିକ୍ ଜୋନ୍ସଙ୍କୁ ବିବାହ କରିବେ। ଡେଟିଂରେ ଯାଉଥିବା ଉଭୟ ଷ୍ଟାରଙ୍କୁ ଏବେ ବିବାହ ବନ୍ଧନରେ ଦେଖିବାକୁ ମିଳିବ।
ଗତ ବର୍ଷ ମେଟ୍ ଗାଲାରେ ପ୍ରିୟଙ୍କାଙ୍କୁ ନିକ୍ଙ୍କ ସହ ଏକାଠି ଦେଖିବାକୁ ମିଳିବା ପରେ ସେବେଠୁ ଉଭୟଙ୍କୁ ନେଇ ଚର୍ଚ୍ଚା।
ପ୍ରିୟଙ୍କାଙ୍କୁ ନିକ୍ଙ୍କ ସହ ବିଭନ୍ନ ଇଭେଣ୍ଟସ୍ରେ ଏକାଠି ଦେଖିବାକୁ ମିଳୁଛି। ଏପରିକି ନିକ୍ଙ୍କ କଜିନ୍ଙ୍କ ବିବାହରେ ମଧ୍ୟ ପ୍ରିୟଙ୍କାଙ୍କୁ ଦେଖିବାକୁ ମିଳିଥିଲା। ପ୍ରିୟଙ୍କା ନିକ୍ଙ୍କ ହାତ ଧରିଥିବା ନଜର ଆସିଥିଲା। ଏଥିରୁ ସ୍ପଷ୍ଟ ଭାବରେ ସେମାନଙ୍କ ରିଲେସନ୍ସିପ୍ ବିଷୟରେ ଜଣାପଡ଼ୁଥିଲା।
ନିକଟରେ ସାଙ୍ଗଙ୍କ ସହ ମସ୍ତି କରୁଥିବା ମୁହୂର୍ତ୍ତର ଏକ ଫଟୋ ସୋସିଆଲ ମିଡିଆରେ ପ୍ରିୟଙ୍କା ସେୟାର କରିଥିଲେ । ଏହି ଫଟୋରେ ନିକ୍ଙ୍କ କମେଣ୍ଟ “ମୁଝ୍ସେ ଶାଦି କରୋଗି?” ଦେଖିଲା ପରେ ସେମାନଙ୍କ ରିଲେସନ୍ସିପ୍କୁ ନେଇ ଆହୁରି ଚର୍ଚ୍ଚା।
ନିକ୍ ଓ ପ୍ରିୟଙ୍କାଙ୍କ ରିଲେସନ୍ସିପ୍କୁ ନେଇ ନିକ୍ଙ୍କ ଭାଇ କହିଛନ୍ତି- ‘ପ୍ରିୟଙ୍କାଙ୍କୁ ଆମେ ଭେଟିଥିଲୁ। ସେ ବହୁତ ଭଲ। କିନ୍ତୁ ନିକ୍ କ’ଣ ଚାହୁଁଛନ୍ତି ତାହା ନିକ୍ ହିଁ କହିପାରିବେ।’
ନିଜ ରିଲେସନ୍ସିପ୍କୁ ନେଇ ସବୁ ବେଳେ ଚୁପ୍ ରହୁଥିବା ଦେଶୀ ଗର୍ଲ ପ୍ରିୟଙ୍କା, ନିକ୍ଙ୍କ ସହ ତାଙ୍କ ସଂପର୍କକୁ ଖଣ୍ଡନ କରିବା ସହ ଏହାକୁ ହସରେ ଉଡ଼ାଇ ଦେଇଛନ୍ତି।
ତେବେ ପ୍ରକୃତ ସତ କଥା କ’ଣ ତାହା ସମୟ ଆସିଲେ ହିଁ ଜଣାପଡ଼ିବ।