ଟ୍ରକ୍‌ ଧକ୍କାରେ ବୋଲବମ୍‌ ଭକ୍ତଙ୍କ ମୃତ୍ୟୁ

ବ୍ରହ୍ମପୁର: ଟ୍ରକ୍‌ ଧକ୍କାରେ ଜଣେ ବୋଲବମ୍‌ ଭକ୍ତଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲା ରଣ୍ଢା ଓ ଗୋଳନ୍ଥରା ମଝିରେ ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ମୃତକ ଜଣକ ହେଲେ କେଉଟ ସୁନପୁର ଅଞ୍ଚଳର ଭିକାରୀ ବେହେରା।

ସୂଚନା ଅନୁସାରେ, ସେ ଗୋଳନ୍ଥରା ସ୍ଥିତ ଇଶନେଶ୍ୱର ମନ୍ଦିରକୁ ପାଣି ଢାଳିବାକୁ ଯାଉଥିଲେ। ରାସ୍ତା ଅନ୍ଧାର ଥିବାରୁ ଟ୍ରକ୍‌ ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିବା କୁହାଯାଉଛି।

ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ଭିକାରୀଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

You might also like