ମନ୍ଦିର କୂଅରୁ ମହିଳାଙ୍କ ମୃତଦେହ ଉଦ୍ଧାର
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ଏକ ମନ୍ଦିର କୂଅରୁ ମହିଳାଙ୍କ ମୃତଦେହ ଉଦ୍ଧାର। ଛେଣ୍ଡିପଦା ସନ୍ତରାବନ୍ଧ ବନଦୁର୍ଗା ମନ୍ଦିର କୂଅ ଭିତରୁ ଆଜି ସକାଳୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ଆହୁରି ପଢ଼ନ୍ତୁ
ମୃତ ମହିଳା ଜଣକ କେନ୍ଦୁପଶି ଗାଁର ଏବଂ ସେ ୨ ଦିନ ହେବ ମନ୍ଦିରରେ ଅଧିଆ ପଡ଼ିଥିଲେ ବୋଲି ସୂଚନା ମିଳିଛି।
କୂଅରୁ ପାଣି ଆଣିବାକୁ ଯାଇଥିବା ବେଳେ ଖସିପଡ଼ି ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତେବେ ଏନେଇ ପୋଲିସ ତଦନ୍ତ ଜାରି ରହିଛି।