ନୟାପଲ୍ଲୀ ହାଇସ୍କୁଲ୍ ପଛ ପଡ଼ିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀ ହାଇସ୍କୁଲ୍ ପଛ ପଡ଼ିଆରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ କମିଶନରେଟ ପୁଲିସ୍‌ ଆଜି ମୃତଦେହକୁ ଉଦ୍ଧାର କରିଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।

ଯୁବକଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଛି। ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ପୁଲିସ୍‌ ସନ୍ଦେହ କରୁଛି । ତେବେ ମୃତକଙ୍କ ପରିଚୟ ମିଳିପାରି ନାହିଁ।

ଉକ୍ତ ଯୁବକଙ୍କ ନିକଟରୁ ଟଙ୍କା ଓ ମୋବାଇଲ୍‌ ଜବତ ହୋଇଛି। ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ଘଟଣା ସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ପହଞ୍ଚିଛି।

You might also like