ମାଟ୍ରିକ ପରୀକ୍ଷାରେ ଫେଲ୍‌ ହେଲେ ବୋଲି ଏମିତି କଲେ ଛାତ୍ର…

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସାନ୍ତସାହିରେ ଜଣେ ଛାତ୍ରର ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଛାତ୍ର ଜଣକ ହେଲେ ରତିକୃଷ୍ଣ ଖୁଣ୍ଟିଆ।  ଏ ବର୍ଷ ସେ ମାଟ୍ରିକ ପରୀକ୍ଷା ଦେଇଥିଲେ। ଫେଲ୍ ହେବାରୁ ମାନସିକ ବିଷାଦରେ ରହୁଥିଲେ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ରତିକୃଷ୍ଣ ଗତ ରାତିରେ ବାପା ମଳୟ ଖୁଣ୍ଟିଆଙ୍କ ପାଖରେ ଶୋଇଥିଲେ। ରାତିରେ ଉଠି ଘର ଭିତରେ ରଶି ଲଗାଇ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ କେନ୍ଦ୍ରାପଡ଼ା ଟାଉନ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ

You might also like