ବନ୍ଦ କୋଠରୀରୁ ମିଳିଲା ଯୁବକଙ୍କ ମୃତଦେହ

ବଲାଙ୍ଗିର: ବଲାଙ୍ଗିର ସହର ରାମେଶ୍ୱରନଗର ପଡାରୁ ଜଣେ ବିବାହିତ ଯୁବକଙ୍କ ମୃତଦେହ ଏକ ବନ୍ଦ କୋଠରୀରୁ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଲେ ପ୍ରହଲ୍ଲାଦ ମିଶ୍ର।

ଗତ କିଛି ମାସ ହେବ ପ୍ରହଲ୍ଲାଦ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବାରୁ ସ୍ତ୍ରୀ ନିଜ ବାପ ଘରକୁ ଚାଲିଯାଇଥିଲେ। ଫଳରେ ପ୍ରହଲ୍ଲାଦ ରାମେଶ୍ୱରନଗରରେ ଏକ ଭଡ଼ା ଘରେ ରହୁଥିଲେ।

ତେବେ ୩ ଦିନ ଧରି ତାଙ୍କ ପରିବାର ଲୋକେ ଫୋନ୍ କରୁଥିଲେ ମଧ୍ୟ କେହି ଫୋନ୍ ରିସିଭ୍ କରୁନଥିଲେ। ଦୁର୍ଗନ୍ଧ ହେବାରୁ ପଡୋଶୀ ପୋଲିସକୁ ଖବର ଦେବା ପରେ ଘଟଣା ବିଷୟରେ ଜଣାପଡ଼ିଥିଲା।

ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ପରିବାର ଲୋକେ ସନ୍ଦେହ କରୁଥିବା ବେଳେ ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଚଳାଇଛି।

You might also like