ରେଳ ଧାରଣାରୁ ଡାକ୍ତରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ରେଲୱେ ଷ୍ଟେସନ୍‌ର ୧ନମ୍ବର ପ୍ଲାଟ୍‌ଫର୍ମରୁ ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କ ମୃତଦେହକୁ ଆଜି ଉଦ୍ଧାର କରାଯାଇଛି। ତାଙ୍କ ନାଁ ରବୀନ୍ଦ୍ର ନାଥ ରଥ।

ସେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରେ ଆଡ୍‌ହକ୍‌ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ। କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ଜଣାପଡ଼ିନି।

ଟ୍ରେନ୍‌ରୁ ଖସି ତାଙ୍କର ମୃତ୍ୟୁ ହୋଇଛି ନା ଆଉ କିଛି କାରଣରୁ ହୋଇଛି, ତାହା ସ୍ପଷ୍ଟ ହୋଇ ନାହିଁ।

You might also like