ଅଫିସ୍ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ୱର ବୁଦ୍ଧନଗର ଅଞ୍ଚଳରେ ଥିବା ଏକ ଘରୋଇ ସଂସ୍ଥାର ଅଫିସ୍ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ମୃତକ ହେଲେ ବୈଜୟନ୍ତ ପ୍ରସାଦ ମହାନ୍ତି।

ବୈଜୟନ୍ତ ପ୍ରସାଦ ଜଣେ ମେରାଇନ୍ ଇଞ୍ଜିନିୟର। ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ତାଙ୍କୁ ହତ୍ୟାକାଣ୍ଡ କରାଯାଇଥିବା ସନ୍ଦେହ କରାଯାଉଛି।

ତେବେ ଏହି ଘଟଣାରେ ଲକ୍ଷ୍ମୀସାଗର ପୋଲିସ ଜଣେ ଯୁବକ ଓ ଯୁବତୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି।  ଅଟକ ଯୁବକ, ଯୁବତୀ ମୃତକଙ୍କ ପ୍ରେମିକା ଓ ତାଙ୍କ ପୁରୁଷ ବନ୍ଧୁ ବୋଲି ସୂଚନା ମିଳିଛି।

You might also like