ନିଖୋଜର ୩ ଦିନ ପରେ ମିଳିଲା ମୃତଦେହ

ବ୍ରହ୍ମପୁର: ନିଖୋଜର ୩ ଦିନ ପରେ ମିଳିଲା ମୃତଦେହ। ଗୋପାଳପୁର ସମୁଦ୍ରରେ ନିଖୋଜ ୨ ଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରିବା ପରେ ଆଜି ଦୁଇ ନିଖୋଜ ଛାତ୍ରଙ୍କ ସମୁଦ୍ରରୁ ମୃତଦେହ ଉଦ୍ଧାର କରାଯାଇଛି।

ମୃତକ ୨ଜଣ ହେଲେ ଲୋକେଶ ପାତ୍ର ଓ ଡି. ହିତେଶ ପାତ୍ର। ହୋଲି ଦିନ ସମୁଦ୍ରରେ ଗାଧୋଇବା ବେଳେ ୩ ଜଣ ସାଙ୍ଗ ସମୁଦ୍ରରେ ବୁଡ଼ି ଯାଇଥିଲେ। ସେହିଦିନ ବ୍ରହ୍ମପୁର ସାନବଜାର ଅଞ୍ଚଳର ପି. ସିଦ୍ଧାନ୍ତ ପାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା

ତେବେ ଲୋକେଶ ଓ ହିତେଶ ସେବେଠାରୁ ନିଖୋଜ ଥିଲେ ଏମାନଙ୍କୁ ଉଦ୍ଧାର ପାଇଁ ଦୀର୍ଘ ୭୨ ଘଣ୍ଟା ଧରି ନିରବଚ୍ଛିନ୍ନ ଭାବେ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀ।

You might also like