ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଟକିଲା ଡଙ୍ଗା

ଚିଲିକା : ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକା ଜଳରାଶି ମଝିରେ ଅଟକିଲା ଯାତ୍ରୀ ବାହି ଡଙ୍ଗା। ପ୍ରାୟ ଏକ ଘଣ୍ଟା ଧରି ଚିଲିକା ଜଳରାଶିରେ ରହିବା ପରେ ଅନ୍ୟ ଏକ ଯାତ୍ରୀବାହୀ ଡଙ୍ଗା ଦ୍ୱାରା ଲୋକଙ୍କୁ ଉଦ୍ଧାର କରାଯାଇଛି।

ସୂଚନା ଅନୁସାରେ, ଦିନ ପ୍ରାୟ ଗୋଟାଏ ବେଳ ଜହ୍ନିକୁଦା ଘାଟିରୁ ୩୬ ଜଣ ଯାତ୍ରୀଙ୍କୁ ନେଇ ଡଙ୍ଗା ସାତପଡ଼ା ଅଭିମୂଖେ ବାହାରିଥିଲା। ଡଙ୍ଗାଟି ବାହାରିବାର ୧୫ ମିନିଟ୍‌ ପରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ତେବେ ଡଙ୍ଗା ଚାଳକ ଡଙ୍ଗାକୁ କୂଳରେ ଲଗାଇ ମରାମତି ପାଇଁ ଚେଷ୍ଟା କରିଥିଲେ । ଏହି ସମୟରେ ଅନ୍ୟ ଏକ ଡଙ୍ଗା ଆସି ଲୋକଙ୍କୁ ଉଦ୍ଧାର କରିଛି।

You might also like