ଡଙ୍ଗା ବୁଡି ଘଟଣାରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି
ମାଲକାନଗିରି : ମାଲକାନଗିରି ସତୀଗୁଡା ଡ୍ୟାମରେ ଡଙ୍ଗା ବୁଡି ଘଟଣାରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅଗ୍ନିଶମ ଏବଂ ପୋଲିସ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ମିଳିତ ଉଦ୍ୟମରେ ନିଖୋଜ ବ୍ୟକ୍ତିଙ୍କୁ ଖୋଜାଯାଉଛି।
ଗତକାଲି ଡ୍ୟାମକୁ ମାଛ ଧରିବାକୁ ଯାଇଥିବାବେଳେ ଭାରସାମ୍ୟ ହରାଇ ଦେଶୀ ଡଙ୍ଗାଟି ବୁଡି ଯାଇଥିଲା। ଡଙ୍ଗାରେ ଦୁଇଜଣ ଥିଲେ। ଜଣେ ଉଦ୍ଧାର ହୋଇଥିବାବେଳେ ଅନ୍ୟ ଜଣଙ୍କର ପତ୍ତା ମିଳିନଥିଲା। ନିଖୋଜ ବ୍ୟକ୍ତି ଜଣଙ୍କ ହେଲେ ଚମ୍ପାଖାରୀ ଗାଁର ପୁରୁଷୋତ୍ତମ ମାଝୀ । ଖବର ପାଇ ଅଗ୍ନିଶମ, ପୋଲିସ ଓ ସ୍ଥାନୀୟ ବାସିନ୍ଦା ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚଳାଇଛନ୍ତି।