ଲଗାଣ ବର୍ଷାକୁ ନେଇ ବିଏମ୍‌ସିର ତତ୍ପରତା

ଭୁବନେଶ୍ୱର: ଲଗାଣ ବର୍ଷାକୁ ନେଇ ବିଏମ୍‌ସିର ତତ୍ପରତା। ସ୍ଥିତି ଅନୁଧ୍ୟାନ ପାଇଁ ୬୭ଟି ଓ୍ୱାର୍ଡରେ ବିଏମ୍‌ସିର ୧୩ଟି ଟିମ୍ ନିୟୋଜିତ ହୋଇଥିବା ବେଳେ ୪୦ ଇଞ୍ଜିନିୟରଙ୍କୁ ବିଏମ୍‌ସି ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି।

୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍ ସହ ସ୍ୱତନ୍ତ୍ର ଅପରେସନ୍‌ ସେଣ୍ଟର ମଧ୍ୟ ଖୋଲାଯାଇଥିବା ନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ବିଏମ୍‌ସିର କଣ୍ଟ୍ରୋଲ୍ ରୁମ୍ ନମ୍ବର ରହିଛି ୦୬୭୪ ୨୪୩୨୨୮୧। ସେହିପରି ବିଏମ୍‌ସି ଅପରେସନ୍‌ ସେଣ୍ଟର ନମ୍ବର ହେଉଛି ୧୮୦୦ ୩୪୫୦୦୬।

You might also like