ବିଏମ୍‌ସି କର୍ମଚାରୀଙ୍କ ଛୁଟି ବାତିଲ୍‌

ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବିଏମ୍‌ସି କର୍ମଚାରୀଙ୍କ ଛୁଟି ବାତିଲ୍‌। ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ବିଏମ୍‌ସି କର୍ମଚାରୀଙ୍କ ଛୁଟି ବାତିଲ୍‌ ହୋଇଛି। ଭାରତୀୟ ପାଣିପାଗ  ବିଭାଗର ସତର୍କତା ସୂଚନା ଅନୁଯାୟୀ ଆସନ୍ତା ୧୩ ତାରିଖ ଠାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ବର୍ଷା ବିତ୍ପାତ ଯୋଗୁଁ  ସୃଷ୍ଟି ହେବାକୁ ଥିବା  ଅପାତ୍ତକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ  ଭୁବନେଶ୍ୱର  ମହାନଗର ନିଗମ(BMC)ର ସମସ୍ତ  ଅଧିକାରୀ/ କର୍ମଚାରୀ/କ୍ଷେତ୍ର କର୍ମଚାରୀ / ନୋଡାଲ୍‌  ଅଫିସର  ଆସନ୍ତା  ୧୪ ଓ ୧୫ତାରିଖରେ ଅଫିସ୍‌ରେ ବା ନିଜ ନିଜ କର୍ମକ୍ଷେତ୍ରରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ରହିଛି । କମିଶନର୍‌ଙ୍କ ବିନା ଅନୁମତିରେ କୌଣସି କର୍ମଚାରୀ ଛୁଟି ନେଇପାରିବେ ନାହିଁ। ଛୁଟିନେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସତର୍କ କରିଛନ୍ତି କର୍ତ୍ତୃପକ୍ଷ।

୧୩ ଓ ୧୪ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା। ଅଶାନ୍ତ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।

 

 

You might also like