ଆଜି ଘଟିବ ବିରଳ ମହାଜାଗତିକ ଘଟଣା

ଭୁବନେଶ୍ୱର: ଆଜି ଚଳିତ ଶତାଦ୍ଦୀର ଏକ ବିରଳ ମହାଜାଗତିକ ଘଟଣା ଦେଖିବାକୁ ମିଳିବ। ଆଜି ଦୃଶ୍ୟମାନ ହେବ ରକ୍ତବର୍ଣ୍ଣ ଚନ୍ଦ୍ର ବା ବ୍ଲଡ୍-ମୁନ୍। ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଅବସରରେ ଚନ୍ଦ୍ର ବିରାଟ ଆକାରରେ ଓ ସମ୍ପୂର୍ଣ୍ଣ ଭାବେ ଲାଲ୍ ଦେଖାଯିବ।

୧ ଘଣ୍ଟା ୪୩ ମିନଟ୍‌ ଧରି ଏହି ପୂର୍ଣ୍ଣଗ୍ରାସ ରହିବ। ଆଜି ରାତି ୧୦ଟା ୪୪ରୁ ଗ୍ରହଣ ଆରମ୍ଭ ହେବ ଅର୍ଥାତ୍ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରିବ। ୧୧ଟା ୫୪ ମିନିଟ୍‌ରେ ଏହା ଛାୟାରେ ପ୍ରବେଶ କରିବା ସହ ରାତି ଗୋଟାଏରେ ପୂର୍ଣ୍ଣଗ୍ରହଣ ହୋଇ ୨ଟା ୪୩ରେ ପୂର୍ଣ୍ଣ ଗ୍ରହଣ ଶେଷ ହେବ। ତେବେ ଗ୍ରହଣ ସଂପୂର୍ଣ୍ଣ ଛାଡିବା ଲାଗି ପାଖାପାଖି ୬ ଘଣ୍ଟା ସମୟ ଲାଗିବ। ଅର୍ଥାତ ଆସନ୍ତାକାଲି ଭୋର୍ ୪ଟା ୫୮ ମିନିଟ୍‌ରେ ସର୍ବମୋକ୍ଷ ହେବ। ଭାରତ ସମେତ ଉତ୍ତର ଆଫ୍ରିକା, ମଧ୍ୟପ୍ରାଚ୍ୟ, ଚୀନ୍‌ ପଶ୍ଚିମାଞ୍ଚଳରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିହେବ। ଅନ୍ୟପକ୍ଷରେ ଉତ୍ତର ଆମେରିକା, ଅଷ୍ଟ୍ରେଲିଆ,ଗ୍ରୀନଲ୍ୟାଣ୍ଡ ଏବଂ ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ଏହା ଆଂଶିକ ଦୃଶ୍ୟମାନ ହେବ।

You might also like