କମ୍ପ୍ୟୁଟର ରୁମ୍ରୁ ଛାତ୍ରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
ମାଲକାନଗିରି: କମ୍ପ୍ୟୁଟର ରୁମ୍ରୁ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ବିଳମ୍ବିତ ରାତିରେ ମାଲକାନଗିରି ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ସୂଚନା ଅନୁସାରେ, ଶିଖପାଲୀ ଆବାସିକ ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିଲେ। ଉକ୍ତ ଛାତ୍ରୀଙ୍କ ମୃତଦେହ ହଷ୍ଟେଲ ପାଖ ଏକ କମ୍ପ୍ୟୁଟର ରୁମ୍ରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅତି ସନ୍ଦେହଜନକ ଭାବେ ଉଦ୍ଧାର କରାଯାଇଛି। ତାଙ୍କ ହାତରେ କଟା ଦାଗ ଥିବା ସହ ତାଙ୍କ ନିକଟରୁ ଏକ ବ୍ଲେଡ୍ ମଧ୍ୟ ଉଦ୍ଧାର କରାଯାଇଛି। ଫଳରେ ସେ ଅାତ୍ମହତ୍ୟା କରିଥିବା ଅନୁମାନ କରଯାଉଛି। ତେବେ ଏହା ହତ୍ୟା କି ଅାତ୍ମହତ୍ୟା ତାହା ଏଯାଏ ସ୍ପଷ୍ଟ ହୋଇନି।
ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ମାଲକାନଗିରି ପୁଲିସ ତଦନ୍ତ ଚଳାଇଛି।