ଢେଙ୍କାନାଳ : ଅାଧୁନିକ ଯୁଗରେ ବି ଚାଲିଛି ଝଡ଼ା ଫୁଙ୍କା ଚିକିତ୍ସା। ଡାକ୍ତର ଠାରୁ ଝଡ଼ା ଫୁଙ୍କା ଉପରେ ଲୋକଙ୍କ ଅଧିକ ବିଶ୍ୱାସ। ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ।
ବାଇସିଙ୍ଗା ଗାଁର ସଂଜୟ ଦାସଙ୍କୁ ଗତକାଲି ସଂଧ୍ୟାରେ ସାପ କାମୁଡ଼ି ଦେଇଥିଲା। ଏହା ଜାଣିବା ପରେ ପରିବାର ଲୋକେ ତାଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ଚିକିତ୍ସା କରିଥିଲେ ମଧ୍ୟ ପରିବାର ଲୋକେ ପାଖ ଗାଁର ଜଣେ ଗୁଣିଅାଙ୍କୁ ଡାକି ଝଡ଼ା ଫୁଙ୍କା କରାଇଛନ୍ତି। ଯେମିତି ଲାଗୁଛି ଡାକ୍ତରୀ ଚିକିତ୍ସା ଉପରେ ଭରସା ନ ହେବାରୁ ସେମାନେ ଗୁଣିଅାକୁ ଡାକିଥିଲେ।
ମେଡିକାଲ ପରିସରରେ ହିଁ ଏହି ଝଡ଼ା ଫୁଙ୍କା ହୋଇଥିଲା। ଡାକ୍ତରଖାନାରୁ ଅବଶ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ସଂଜୟ ଦାସ।