ପ୍ରଥମ ଥର ଲାଗି କ୍ୟାମେରାରେ ଧରାପଡିଲା ବ୍ଲାକ୍ ପାନ୍ଥର

ଭୁବନେଶ୍ୱର: ଦେଶରେ ପ୍ରଥମ ଥର କ୍ୟାମେରାରେ କଏଦ୍ ହୋଇଛି ବ୍ଲାକ୍ ପାନ୍ଥର ଫଟୋ । ସୁନ୍ଦରଗଡ଼ ହେମଗିରି ବନାଞ୍ଚଳ ଗର୍ଜନପାହାଡ଼ ରେଞ୍ଜରେ କଳାବାଘଟି ମାଆ ସହ ବୁଲୁଥିବା ନେଇ ସ୍ଥାନୀୟ ଲୋକେ  ବନ ବିଭାଗକୁ ଖବର ଦେବା ପରେ ବନବିଭାଗ ବାଘକୁ ଠାବ କରିବାକୁ ଉଦ୍ୟମ କରିଥିଲା।

୨୦୧୫ରେ ସ୍ଥାନୀୟ ଲୋକେ ଏହି କଳା ବାଘକୁ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ତେବେ ବନ ବିଭାଗ କଳା ବାଘ ଥିବା ନେଇ ସାମାନ୍ୟତମ ଝଲକ ପାଇନଥିଲା। ଶେଷରେ ବନ ବିଭାଗର  ଉଦ୍ୟମ ସଫଳ ହୋଇଛି। ସୁନ୍ଦରଗଡ଼ ବନଖଣ୍ଡ ଗର୍ଜନପାହାଡ଼ ସଂରକ୍ଷିତ ଜଙ୍ଗଲରେ ଲାଗିଥିବା ଟ୍ରାପ୍ କ୍ୟାମେରାରେ ଏହାର ଫଟୋ କଏଦ୍ ହୋଇଛି । ରାଜ୍ୟର କୌଣସି ଜଙ୍ଗଲରେ ବ୍ଲାକ୍ ପାନ୍ଥର ଫଟୋ ଉତ୍ତୋଳନ ହେବା ପ୍ରଥମ ଘଟଣା ।

୧୯୯୨ ମସିହାରେ ଓଡ଼ିଶାର ଶିମିଳିପାଳ ଓ ଫୁଲବାଣୀ ବନଖଣ୍ଡରେ କଳା କଲରାପତରିଆ ବାଘ ଦେଖା ଯାଉଥିଲେ । ମାତ୍ର ଏହାର କୌଣସି ଫଟୋଚିତ୍ର ନଥିଲା। ସେହିପରି କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଗୋଆ ସମେତ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ କଳା ବାଘଙ୍କ ଉପସ୍ଥିତି ନେଇ ସୂଚନା ମିଳିଥିଲା । ତେବେ କ୍ୟାମେରାରେ କଳାବାଘର ଫଟୋ ଉଠିବା ପ୍ରଥମ ଘଟଣା । ସେପଟେ ବାଘର ସୁରକ୍ଷା ଲାଗି ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଛି କୁହାଯାଇଛି।

୨୦୧୬ ଗଣନା ଅନୁଯାୟୀ ଓଡ଼ିଶାରେ ୪୦ଟି ବାଘ ଅଛନ୍ତି । ଏହା ବ୍ୟତୀତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୫ଟି ମହାବଳ ବାଘ, ୭ଟି ଧଳାବାଘ ଓ ୩ଟି ମେଲାନିଷ୍ଟିକ୍ ବା କଳା ବାଘ ଅଛନ୍ତି ।

You might also like