କର୍ଣ୍ଣାଟକ ପାଇଁ ବିଜେପିର ନିର୍ବାଚନୀ ଇସ୍ତାହାର: ମହିଳାଙ୍କୁ ସ୍ମାର୍ଟଫୋନ୍, ମଙ୍ଗଳସୂତ୍ର

ବେଙ୍ଗାଲୁରୁ: ଡିଜିଟାଲ୍ ଇଣ୍ଡିଆ ସ୍ୱପ୍ନ ସାକାର କରିବା ପାଇଁ ମୋଦି ଆଉ ପାଦେ ଆଗେଇଛନ୍ତି। କର୍ଣ୍ଣାଟକ ନିର୍ବାଚନ ପାଇଁ ବିଜେପି ଜାରି କରିଥିବା ଇସ୍ତାହାରରେ ମହିଳାଙ୍କୁ ସ୍ମାର୍ଟ ଫୋନ୍ ଦେବାକୁ ଘୋଷଣା କରିଛି। ତେବେ ଏହା ସବୁ ବର୍ଗର ମହିଳାଙ୍କୁ ମିଳିବ ନାହିଁ। କେବଳ ବିପିଏଲ୍‌ ବର୍ଗର ମହିଳାଙ୍କୁ ମିଳିବ। ସେମାନଙ୍କୁ କେବଳ ସ୍ମାର୍ଟଫୋନ୍‌ ନୁହେଁ ମାଗଣାରେ ମଙ୍ଗଳସୂତ୍ର ଦେବାକୁ ପ୍ରତିଶ୍ରୁତି ଦେଇଛି ବିଜେପି। ଭାଗ୍ୟଲକ୍ଷ୍ମୀ ଯୋଜନାରେ ମହିଳାଙ୍କ ପାଇଁ ମଡେଲ କ୍ଲାସ୍ ନିର୍ମାଣ ମଧ୍ୟ ହେବ।

କଲେଜ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଲ୍ୟାପ୍‌ଟପ୍ ଦିଆଯିବ। ବେଙ୍ଗାଲୁରୁରେ ୨ଟି ଏମ୍ସ ସ୍ଥାପନ ହେବା ସହିତ, ପ୍ରତି ବର୍ଷ ୪ ଶହ ଏସ୍‌ସି, ଏସ୍ଟି ଛାତ୍ରଛାତ୍ରୀଙ୍କୁ ବିଦେଶରେ ମାଗଣା ଶିକ୍ଷା ପ୍ରଦାନ କରାଯିବ ବୋଲି ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି ଦଳ।

ସେହିପରି ଚାଷୀଙ୍କ ଭୋଟ ହାତେଇବାକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ଼, ୨ ଲକ୍ଷ ଟଙ୍କାର ବୀମା, ଦୁର୍ଘଟଣା ଜନିତ ବୀମା, ଏକ ପ୍ରତିଶତରେ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବାକୁ ବିଜେପି ଘୋଷଣା କରିଛି। ଏହା ସହିତ ଜଳସେଚନ ପାଇଁ ଦେଢ଼ ଲକ୍ଷ କୋଟି ଟଙ୍କାର ଯୋଜନା କରାଯିବ ବୋଲି ଦଳ ଇସ୍ତାହାରରେ ରହିଛି। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବି.ଏସ୍. ୟେଦିୟୁରପ୍ପା ନିଜେ ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଛନ୍ତି। ତେବେ ବିଜେପିର ଏହି ନିର୍ବାଚନୀ ଇସ୍ତାହାରକୁ ନାଟକ ବୋଲି କହିଛି କଂଗ୍ରେସ।

କର୍ଣ୍ଣାଟକ ନିର୍ବାଚନ ଆଉ ଅଳ୍ପ ଦିନ ଥିବାରୁ ଦଳଗୁଡ଼ିକ ଜୋରସୋରରେ କ୍ୟାମ୍ପେନିଂ ଚଳାଇଛନ୍ତି। ତ୍ରିମୁଖୀ ଲଢ଼େଇରେ ବିଜେପି, କଂଗ୍ରେସ ଏବଂ ଜେଡିଏସ୍ ପକ୍ଷରୁ ଭିନ୍ନ ଭିନ୍ନ ଢଙ୍ଗରେ ପ୍ରଚାର କରାଯାଉଛି। ଭିଡିଓ କନ୍‌ଫରେସିଂ ମାଧ୍ୟମରେ ବିଜେପି ମହିଳା କର୍ମୀଙ୍କୁ ମନ୍ତ୍ର ଦେଇଛନ୍ତି ମୋଦି। ସେପଟେ ମାରାଥନ ରାଲି କରିଛନ୍ତି ରାହୁଲ ଗାନ୍ଧି। କର୍ଣ୍ଣାଟକରେ ଦେବେଗୌଡ଼ା କିଙ୍ଗ୍ ମେକର ହେବେ ବୋଲି କୁହାଯାଉଥିଲେ ମଧ୍ୟ ସରକାର ଗଠନ ଲାଗି ଜେଡିଏସ୍‌ର ସାହାଯ୍ୟ ନେବେ ନାହିଁ ବୋଲି ଉଭୟ କଂଗ୍ରେସ ଓ ବିଜେପି କହିଛନ୍ତି।

 

ଆହୁରି ପଢ଼ନ୍ତୁ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

You might also like