ବାଜିମାରିଲେ ମହାମେଣ୍ଟ : ବିଜେପିଠୁ ଛଡ଼ାଇନେଲେ ଦୁଇଟି ଆସନ

ନୂଆଦିଲ୍ଲୀ: ଉପନିର୍ବାଚନରେ ବିଜେପିକୁ ବଡ଼ ଧରଣର ଝଟ୍‌କା । ବିଜେପି ବିରୋଧୀ ମହାମେଣ୍ଟ ବିଜେପିଠୁ ଛଡ଼ାଇ ନେଇଛନ୍ତି ଦୁଇଟି ଲୋକସଭା ଆସନ। ବିଶେଷ କରି ୟୁପିର ହାଇପ୍ରୋଫାଇଲ କାଇରାନା ଆସନରେ ହାରିବା ବିଜେପିକୁ ଦେଇଛି ଶକ୍ତ ଧକ୍କା । ଏଠାରେ ଆରଏଲଡି ପ୍ରାର୍ଥୀ ତବସୁମ୍ ହସନ ବିଜୟୀ ହୋଇଛନ୍ତି। ତବସୁମ୍ ହସନଙ୍କୁ ସମାଜବାଦୀ ପାର୍ଟି ଓ କଂଗ୍ରେସର ସମର୍ଥନ ମିଳିଥିଲା। ବିଏସପି ମଧ୍ୟ ଭିତିରିଆ ଭାବେ ତାଙ୍କୁ ସମର୍ଥନ କରିଥିଲା। ଏକାଠି ହୋଇ ବିଜେପିଠାରୁ ଏହି ଆସନକୁ ଛଡ଼ାଇ ନେଇଛନ୍ତି ବିରୋଧୀ ।

କେବଳ କାଇରାନା ନୁହେଁ, ମହାରାଷ୍ଟ୍ରର ଭଣ୍ଡାରା-ଗୋନ୍ଦିୟା ଆସନରେ ମଧ୍ୟ ପରାଜୟର ସମ୍ମୁଖୀନ ହୋଇଛି ବିଜେପି ।  ଏହି ଆୟସନରେ ବିଜୟୀ ହୋଇଛନ୍ତି ଏନସିପି ପ୍ରାର୍ଥୀ କୁକାଡ଼େ ୟଶଓ୍ୱନ୍ତ ରାଓ ।  ୨୦୧୪ ନିର୍ବାଚନରେ ଏନସିପି ଏହି ଆସନକୁ ଛଡ଼ାଇ ନେଇଥିଲା ବିଜେପି । ୪ ବର୍ଷ ପରେ ତାର ପ୍ରତିଶୋଧ ନେଇଛି ଏନସିପି।ତେବେ ମହାରାଷ୍ଟ୍ରର ସମ୍ମାନଜନକ ପଲଘର ଆସନକୁ ବଜାୟ ରଖିବାରେ ସକ୍ଷମ ହୋଇଛି ବିଜେପି । ଏଠାରେ ବିଜେପି ପ୍ରାର୍ଥୀ ଗାଭିଟ୍ ରାଜେନ୍ଦ୍ର ବିଜୟୀ ହୋଇଛନ୍ତି । ସେହିପରି ନାଗାଲାଣ୍ଡ ଲୋକସଭା ଆସନରେ ବିଜୟୀ ହୋଇଛି NDPP।  ଗତ ଥର ଏହି ଆସନରେ NPF ବିଜୟୀ ହୋଇଥିଲା ।

୧୦ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ମଧ୍ୟ ବିଜେପି ଓ ଏହାର ସହଯୋଗୀ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି ।  ବିହାରର ଜୋଖିହାଟ୍ ଆସନକୁ ଜେଡିୟୁରୁ ଛଡ଼ାଇ ଆଣିଛି ଲାଲୁ ଯାଦବଙ୍କ ଆରେଜଡି । ଏହି  ଆସନରେ ବିଜୟୀ ହୋଇଛନ୍ତି ଆରେଜଡି ପ୍ରାର୍ଥୀ ଶାହନଓ୍ୱାଜ । ସେହିପରି ୟୁପିର ନୁପୁର ବିଧାନସଭା ଆସନକୁ ବିଜେପିରୁ ଛଡ଼ାଇ ନେଇଛି ସମାଜବାଦୀ ପାର୍ଟି । ଏହି ଆସନରେ ଦଳର ପ୍ରାର୍ଥୀ ନୟିମ୍ ଉଲ୍ ହସନ ବିଜୟୀ ହୋଇଛନ୍ତି । ପଂଜାବର ଶାହାକୋଟ ଆସନକୁ ଶିରୋମଣି ଅକାଳି ଦଳଠାରୁ ଛଡ଼ାଇ ନେଇଛି କଂଗ୍ରେସ । ଦଳର ପ୍ରାର୍ଥୀ ହରଦେବ ସିଂହ ଲାଡି ଏଠାରେ ବିଜୟୀ ହୋଇଛନ୍ତି । ତେବେ ଉତ୍ତରାଖଣ୍ଡରେ ଥରାଳି ଆସନରେ ନିଜ ଗଡ଼ ରକ୍ଷା କରିବାରେ ସଫଳ ହୋଇଛି ବିଜେପି । ଏହି ଆସନରେ ଦଳର ପ୍ରାର୍ଥୀ ଜିତ୍ ରାମ୍ ବିଜୟୀ ହୋଇଛନ୍ତି ।

ମହାରାଷ୍ଟ୍ରରେ ପାଲୁସ୍ କାଡ଼େଗାଁଓ ବିଧାନସଭା ଆସନରେ ପୁଣି ଥରେ ଜିତିଛି କଂଗ୍ରେସ। କଂଗ୍ରେସର ବିଶ୍ୱଜିତ୍ ପତନଗ୍ରାଓ ଏହି ଆସନରେ ବିଜୟୀ ହୋଇଛନ୍ତି । ପଶ୍ଚିମବଙ୍ଗର ମହେଶ ତଲା ବିଧାନସଭା ଆସନକୁ ମଧ୍ୟ ଟିଏମସି ବଜାୟ ରଖିବାରେ ସକ୍ଷମ ହୋଇଛି । କେରଳ ଚେଙ୍ଗାନୁରରେ ସିପିଏମ୍ ପୁଣି ଥରେ ବିଜୟୀ ହୋଇଥିବା ବେଳେ ଝାଡ଼ଖଣ୍ଡର ଦୁଇଟି ଆସନ ସିଲି ଓ ଗୋମିଆରେ ନିଜ ଗଡ଼ ରକ୍ଷା କରିପାରିଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା । ମେଘାଳୟ ଅମ୍ପାତିରେ କଂଗ୍ରେସର ପ୍ରାର୍ଥୀ ମିଆନି ଡି ସିରା ବିଜୟୀ ହୋଇଛନ୍ତି । ଏହା ଦ୍ୱାରା ରାଜ୍ୟରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଛି ।

ନିର୍ବାଚନ ହୋଇପାରିନଥିବା କର୍ଣ୍ଣାଟକ ଆର. ଆର. ନଗର ବିଧାନସଭା ଆସନରେ ଏଥର କଂଗ୍ରେସର ପ୍ରାର୍ଥୀ ମଣିରତ୍ନ ବିଜୟୀ ହୋଇଛନ୍ତି । ଏହା ଦ୍ୱାରା କଂଗ୍ରେସ-ଜେଡିଏସ୍ ମେଣ୍ଟର ଶକ୍ତି ବୃଦ୍ଧି ହୋଇଛି ।

 

 

ଆହୁରି ପଢ଼ନ୍ତୁ

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

You might also like