ସୋହେଲା କୋର୍ଟ ନିକଟରେ ଦୁଇ ବିଜେପି ନେତାଙ୍କୁ ମରଣାନ୍ତକ ଆକ୍ରମଣ

ସୋହେଲା : ବରଗଡ଼ ଜିଲ୍ଲା ସୋହେଲା କୋର୍ଟ ନିକଟରେ ଦୁଇ ବିଜେପି ନେତାଙ୍କୁ ମରଣାନ୍ତକ ଆକ୍ରମଣ। ରାଜ୍ୟ ବିଜେପି ସାଧାରଣ ସଂପାଦକ ରଞ୍ଜନ ପଟେଲ ଓ ରାଜ୍ୟ ଯୁବ ମୋର୍ଚ୍ଚା ସଂପାଦକ ଇରାଶିଷ ଆଚାର୍ଯ୍ୟଙ୍କ ଉପରେ ଆକ୍ରମଣ ହୋଇଛି। ଉଭୟେ ସୋହେଲା କୋର୍ଟ ସମ୍ମୁଖରେ ନିଜ ଗାଡ଼ି ରଖି ଚା ପିଉଥିବା ବେଳେ ହଠାତ୍ କିଛି ଦୁର୍ବୃତ୍ତ ଆସି ଏମାନଙ୍କ ଉପରେ ଠେଙ୍ଗା ଓ ରଡ୍ ସାହାଯ୍ୟରେ ଆକ୍ରମଣ କରିଥିଲେ।

ଏହି ଆକ୍ରମଣରେ ଉଭୟ ରଞ୍ଜନ ଓ ଇରାଶିଷ ଆହତ ହୋଇଥିଲା ବେଳେ ଇରାଶିଷଙ୍କ ଅବସ୍ଥା ଗୁରୁତର ଅଛି। ତାଙ୍କ ମୁଣ୍ଡରେ ୧୦ଟି ଷ୍ଟିଚ୍ ପଡ଼ିଛି। ଉଭୟଙ୍କୁ ବରଗଡ଼ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।

ମିଳିଥିବା ସୂଚନା ଅନୁସାରେ, ବନାବିରା ଆକ୍ରମଣ ଘଟଣାରେ ସୋହେଲା ଜେଲରେ ଥିବା ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଭେଟି ଫେରୁଥିବା ବେଳେ ରଞ୍ଜନ ଓ ଇରାଶିଷଙ୍କ ଉପରେ ଏହି ଆକ୍ରମଣ ହୋଇଛି। ସେପଟେ ସୋହେଲାରେ ବିଜେପି ନେତାଙ୍କୁ ଆକ୍ରମଣର ପ୍ରତିବାଦ ବିଧାନସଭାରେ ଦେଖିବାକୁ ମିଳିଛି। ବିଜେପି ବିଧାୟକ ରବି ନାଏକ ବାଚସ୍ପତିଙ୍କ ପୋଡ଼ିୟମ ତଳେ ଧାରଣା ଦେବା ସହ ପ୍ରତିବାଦ କରିଥିଲେ।

You might also like
Comments
Loading...