ବିଜେପି ନେତା ଆକ୍ରମଣ ଘଟଣା: ବରଗଡ଼ ଏସ୍‌ପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲା ଦଳ

ବରଗଡ଼: ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକଙ୍କୁ ଆକ୍ରମଣ ଘଟଣା ପ୍ରତିବାଦରେ ରାଜ୍ୟ ବିଜେପି ପକ୍ଷରୁ ବରଗଡ଼ ଏସ୍‌ପିଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦିଆଯାଇଛି। ରାଜ୍ୟ ଉପସଭାପତି ଅଶ୍ୱିନୀ ଷଡଙ୍ଗୀଙ୍କ ନେତୃତ୍ୱରେ ବିଜେପି ନେତା ଓ କର୍ମୀମାନେ ଏହି ଗଣଧାରଣା ଦେଇଛନ୍ତି। ଏଥିସହିତ ଘଟଣାରେ ଶାସକ ଦଳ ଓ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ହାତ ଥିବା ଅଭିଯୋଗ କରିଛି ବିଜେପି। ଘଟଣାର ନ୍ୟାୟିକ ତଦନ୍ତ ସହ ମୁଖ୍ୟ କାର୍ପଟଦାରଙ୍କୁ ଗିରଫ କରିବା ପାଇଁ ଦାବି କରିଛି ଦଳ।

ଏହି ଆକ୍ରମଣ ଘଟଣା ପରେ ବିଜେପିକୁ ଟାର୍ଗେଟ କରିଛନ୍ତି ଶ୍ରମମନ୍ତ୍ରି ସୁଶାନ୍ତ ସିଂ। ଆସନ୍ତା ନିର୍ବାଚନ ପୂର୍ବରୁ ଦଙ୍ଗା, ଗୁଣ୍ଡାଗିରି ଏବଂ ହତ୍ୟା କରି ବିଜେପି କ୍ଷମତାକୁ ଆସିବାକୁ ଚାହୁଁଛି ବୋଲି ମନ୍ତ୍ରୀ ଅଭିଯୋଗ କରିଛନ୍ତି। ଏଥିରେ ପ୍ରତିକ୍ରିୟା ରଖି ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି ଯେ, ବିଜେଡି ଗୁଣ୍ଡାଗିରି କରି ବିଜେପି ସ୍ୱରକୁ ଚପାଇ ଦେବାକୁ ଚାହୁଁଛି। ଏହାକୁ ସ୍ଥାନୀୟ ବାସିନ୍ଦା ଓ ଓଡ଼ିଶାବାସୀ କେବେବି ବରଦାସ୍ତ କରିବେ ନାହିଁ। ସେପଟେ ଏହି ଘଟଣା ସହିତ କୌଣସି ରାଜନୈତିକ ସମ୍ପର୍କ ନାହିଁ ବୋଲି ବରଗଡ଼ ଅତିରିକ୍ତ ଏସ୍‌ପି ଯଶୋବନ୍ତ ସେନାପତି କହିଛନ୍ତି। ପୃଥକ ପୃଥକ ଏତଲା ଆଧାରରେ ଗିରଫ ହୋଇଥିବା ୪ ଜଣଙ୍କର କୌଣସି ରାଜନୈତିକ ଲିଙ୍କ ନାହିଁ ବୋଲି ସେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଆହୁରି ପଢ଼ନ୍ତୁ

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

ସୁସ୍ଥ ହେଲେ ୪୭୬୧ କରୋନା ଆକ୍ରାନ୍ତ

ରାଜନେତାଙ୍କ ଅପରାଧିକ ମାମଲାର ତଥ୍ୟ ଦିଅ: ହାଇକୋର୍ଟ

You might also like