୨୫ ବର୍ଷର ବାମ ଗଡ଼ ଭାଙ୍ଗି ତ୍ରିପୁରାରେ ବିଜେପି ଉଡ଼ାଇଲା ଗେରୁଆ ଝଣ୍ଡା

ନୂଆ ଦିଲ୍ଲୀ: ବାମ ଗଡ଼ରେ ଉଡ଼ିଲା ଗେରୁଆ ଝଣ୍ଡା। ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରାରେ ଇତିହାସ ରଚିଲା ଭାରତୀୟ ଜନତା ପାର୍ଟି। ୨୦୧୩ରେ ଏଠାରେ ଗୋଟିଏ ବି ଆସନ ଜିତିପାରି ନଥିବା ଗେରୁଆ ଦଳ ଏଥର ୨୫ ବର୍ଷର ବାମପନ୍ଥୀ ମେଣ୍ଟ ସରକାରର ପତନ ଘଟାଇବାରେ ସକ୍ଷମ ହୋଇଛି। ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭାର ଦୁଇ ତୃତୀୟାଂଶ ଆସନ ହାସଲ କରିଛନ୍ତି ବିଜେପି ଓ ଏହାର ସହଯୋଗୀ ଇଣ୍ଡିଜିନିୟସ୍ ପିପୁଲ୍ସ ଫ୍ରଣ୍ଟ ଅଫ୍  ତ୍ରିପୁରା(IPFT)। ଗତଥର ୧୦ଟି ଆସନ ଜିତିଥିବା କଂଗ୍ରେସ ଏଥର ଖାତା ଖୋଲିବାରେ ବିଫଳ ହୋଇଛି। ବିଜେପିର ବିପୁଳ ବିଜୟ ପରେ ତ୍ରିପୁରା ରାଜଧାନୀ ଅଗରତାଲାରୁ ଆରମ୍ଭ କରି ଜାତୀୟ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଖୁସି ମନାଇଛନ୍ତି ବିଜେପି କର୍ମୀ ଓ ନେତା।

ତ୍ରିପୁରା ସହ ଉତ୍ତର-ପୂର୍ବର ଆଉ ଏକ ରାଜ୍ୟ ନାଗାଲାଣ୍ଡରେ ମଧ୍ୟ ସରକାର ଗଢ଼ିବାକୁ ଯାଉଛି। ବିଜେପି ମେଣ୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ ନେଫିଉ ରିଓଙ୍କ ନବ ଗଠିତ ନ୍ୟାସନାଲ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ଫ୍ରଣ୍ଟ-NDPP ସହ ମେଣ୍ଟ କରି ନିର୍ବାଚନ ଲଢିଥିବା ବିଜେପି ଏଠି ହାସଲ କରିଛି ମ୍ୟାଜିକ୍ ନମ୍ବର।  କ୍ଷମତାସୀନ ନାଗାଲାଣ୍ଡ ପିପୁଲ୍ସ ଫ୍ରଣ୍ଟ-NPFକୁ ଏଥର ପରାଜୟର ମୁହଁ ଦେଖିବାକୁ ମିଳିଛି। NPF କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାରର ସହଯୋଗୀ ଥିବା ବେଳେ ରାଜ୍ୟରେ କିନ୍ତୁ ପରସ୍ପର ବିରୋଧରେ ଲଢୁଥିଲେ।

ହେଲେ ବଡ଼ କଥା ହେଉଛି ଏଠି ଦଶନ୍ଧିରୁ ଅଧିକ ସମୟ ଧରି ଶାସନ କ୍ଷମତାରେ ଥିବା କଂଗ୍ରେସ ଏଥର ଖାତା ଖୋଲିପାରିନି। ତେବେ ମେଘାଳୟରେ କଂଗ୍ରେସକୁ ଲିଡ୍ ମିଳିଥିଲେ ବି ଦଳ ପୁଣି ଥରେ କ୍ଷମତାକୁ  ଫେରିବା ନେଇ ଅନିଶ୍ଚିତତା ଦେଖାଦେଇଛି। କାରଣ ଏଠି ଭୋଟର କାହା  ସପକ୍ଷରେ ପୂର୍ଣ୍ଣ ବହୁମତ ଦେଇ ନାହାନ୍ତି।

ଆସାମ, ଅରୁଣାଚଳ ପ୍ରଦେଶ ଓ ମଣିପୁରରେ କ୍ଷମତା ହାସଲ ପରେ ବିଜେପିକୁ ଉତ୍ତର-ପୂର୍ବରେ ପୁଣି ମିଳିଛି ଆଶାତୀତ ସଫଳତା। କାମ ଦେଇଛି ମୋଦି ଶାହଙ୍କ ମିଶନ୍ ଲୁକ୍ ଇଷ୍ଟ୍ ଫର୍ମୁଲା।

 

ଆହୁରି ପଢ଼ନ୍ତୁ

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

You might also like