• translate
Odishatv Bureau

ନୂଆଦିଲ୍ଲୀ: ତ୍ରିପୁରାରେ ଦୀର୍ଘ ୨୫ ବର୍ଷ ଧରି ଶାସନ କରୁଥିବା ବାମପନ୍ଥୀ ଦଳର ଅବସାନ ହେବାକୁ ଯାଉଛି। କାରଣ ବହୁତ ଶୀଘ୍ର ବିଜେପି ଏଠି ସରକାର ଗଠନ କରିବ।

ତ୍ରିପୁରାରେ ଫେବୃଆରୀ ୧୮ରେ ୬୦ଟି ଆସନ ପାଇଁ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ଓ ଏହାର ସହଯୋଗୀ ଦଳ ପିପୁଲ୍ସ ଫ୍ରଣ୍ଟ ଅଫ ତ୍ରିପୁରା(ଆଇପିଏଫଟି) ୪୨ଟି ସିଟରେ ଆଗୁଆ ଅଛି। ଅପରପକ୍ଷରେ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି।

ସୂଚନାଥାଉ କି, କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି।

ନିର୍ବାଚନ ଫଳାଫଳକୁ ନେଇ ଟ୍ରେଣ୍ଡରେ ବିଜେପି ଆଗୁଆ ଆସିବା ପରେ ଦଳର ସମର୍ଥକମାନେ ସେଲିବ୍ରେସନ ଆରମ୍ଭ କରିଦେଇଛନ୍ତି। ସିପିଏମ୍ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ଗୋଟିଏ ଆସନ ପାଇଁ ଭୋଟଗ୍ରହଣ ସ୍ଥଗିତ କରାଯାଇଥିଲା।

Other Stories