ବର୍ତ୍ତମାନ ସମୟରେ ବିଜେପି ଓ କଂଗ୍ରେସ ସମାନ ଭଳି ଲାଗୁଛନ୍ତି : କଳିକେଶ ସିଂଦେଓ

ଭୁବନେଶ୍ୱର : ବିଜେପି ଓ କଂଗ୍ରେସ ମଧ୍ୟରେ ଅପେକ୍ଷାକୃତ କମ୍ କ୍ଷତିକାରକ କିଏ ? ଏଭଳି ଏକ ପ୍ରଶ୍ନର ଉତ୍ତରରେ ବିଜେଡି ସାଂସଦ କଳିକେଳ ନାରାୟଣ ସିଂଦେଓ କହିଛନ୍ତି, ବର୍ତ୍ତମାନ ସମୟରେ ଉଭୟ ଦଳ ସମାନ ଭଳି ଲାଗୁଛନ୍ତି। ଯାହାକି ଭୋଟରଙ୍କ ସମସ୍ୟା ବଢ଼ାଇଛି।

ଏମିତିକି ଉଭୟ କଂଗ୍ରେସ ଓ ବିଜେପି ବ୍ୟକ୍ତିଗତ ସ୍ତରକୁ ଯାଇ ପରସ୍ପରକୁ ଆରୋପ ପ୍ରତ୍ୟାରୋପ କରୁଛନ୍ତି ଓ ଏହାର ମାତ୍ରା ବଢିବାରେ ଲାଗିଛି।  ତେବେ ଆମେ ସେଥିରେ ସାମିଲ ହେବାକୁ ଚାହୁଁନାହୁଁ ,ବରଂ ଗଠନମୂଳକ ବିରୋଧୀଦଳ ଭାବେ ନୀତି ନିର୍ଦ୍ଧାରଣରେ ଭୂମିକା ନିର୍ବାହ କରିବାକୁ ଚାହୁଁ।

ଏକ ଜାତୀୟ ଗଣମାଧ୍ୟମ ପକ୍ଷରୁ ଅନୁଷ୍ଠିତ ସ୍ୱତନ୍ତ୍ର ଆଲୋଚନା ଚକ୍ରରେ ଭାଗ ନେଇ ଏଭଳି ମତ ରଖିଛନ୍ତି ବିଜେଡି ଲୋକସଭା ସାଂସଦ କଳିକେଶ।

You might also like