ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପୂର୍ବରୁ ବିଜେଡ଼ିର କକ୍ଷତ୍ୟାଗ
ନୂଆଦିଲ୍ଲୀ/ଭୁବନେଶ୍ୱର: ମୋଦି ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ଆଲୋଚନା ଆରମ୍ଭ ହୋଇଛି। ତେବେ ଆଲୋଚନା ଆରମ୍ଭ ପୂର୍ବରୁ ବିଜେଡ଼ି ସଦସ୍ୟମାନେ କକ୍ଷତ୍ୟାଗ କରିଛନ୍ତି। ବିଜେଡ଼ି ସାଂସଦମାନେ କକ୍ଷତ୍ୟାଗ କରିବା ନେଇ ସାଂସଦ ଭର୍ତ୍ତୃହରି ମହତାବ ଗୃହରେ ସୂଚନା ଦେଇଥିଲେ।
ଗତ ୧୪ବର୍ଷ ମଧ୍ୟରେ ୧୦ ବର୍ଷର ୟୁପିଏ ସରକାର ଓ ୪ ବର୍ଷର ଏନ୍ଡ଼ିଏ ସରକାର ଓଡ଼ିଶାବାସୀଙ୍କ ପ୍ରତି ଅନ୍ୟାୟ କରିଛନ୍ତି। ଏହି ଆଲୋଚନାରୁ ରାଜ୍ୟକୁ କିଛି ଲାଭ ମିଳିବ ନାହିଁ ବୋଲି ଭର୍ତ୍ତୃହରି କହିଥିଲେ। ଏହାପରେ ଦଳର ସାଂସଦମାନେ କକ୍ଷତ୍ୟାଗ କରିଥିଲେ।
ସେପଟେ ଆଜିର ଦିନକୁ ସଂସଦୀୟ ଗଣତନ୍ତ୍ର ଇତିହାସରେ ଅତି ଗୁରୁତ୍ୱପୂର୍ଣ୍ଣ ଦିନ ବୋଲି ଆଲୋଚନା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି କହିଛନ୍ତି। ତେବେ ଆଲୋଚନା ପାଇଁ ବିଜେପିକୁ ସର୍ବାଧିକ ୩ ଘଣ୍ଟା ୩୩ ମିନିଟ୍ ମିଳିଥିବା ବେଳେ କଂଗ୍ରେସକୁ ୩୮ ମିନିଟ୍ ମିଳିଛି। ହେଲେ ଏହି ସମୟକୁ ନେଇ କଂଗ୍ରେସ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡିଛି।
Today is an important day in our Parliamentary democracy. I am sure my fellow MP colleagues will rise to the occasion and ensure a constructive, comprehensive & disruption free debate. We owe this to the people & the makers of our Constitution. India will be watching us closely.
— Narendra Modi (@narendramodi) 20 July 2018