ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବିଜେପି-ବିଜେଡି ମୁହାଁମୁହିଁ

ଭୁବନେଶ୍ୱର; ମହାନଦୀ ପ୍ରସଙ୍ଗରେ ଦିନକୁ ଦିନ ରାଜନୀତି ସରଗରମ ହେବାରେ ଲାଗିଛି। ମହାନଦୀ ଜଳକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ମନ୍ତବ୍ୟ ପରେ ବିଜେଡି ବିଜେପି ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି। ଏହି ପ୍ରସଙ୍ଗରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ରମଣ ସିଂହଙ୍କ ଉପରେ ବର୍ଷିଛନ୍ତି ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ।

ରମଣ ସିଂହ ବିନାଶକାରୀ ବିବୃତି ଦେଇଛନ୍ତି। ଏହା କେବଳ ଦୁଃଖଦାୟକ ନୁହେଁ, ସଂଘୀୟ ବ୍ୟବସ୍ଥା ଓ ଓଡ଼ିଶା ସ୍ୱାର୍ଥର ପରିପନ୍ଥୀ ବୋଲି ପ୍ରସନ୍ନ କହିଛନ୍ତି। ନଦୀ ଜଳ ହେଉଛି ଜାତୀୟ ସମ୍ପତ୍ତି। ଏହା ଉପରେ ଗୋଟିଏ ରାଜ୍ୟ ଅଧିକାର ଜାହିର କରିପାରିବନି ବୋଲି ବିଜେଡି କହିଛି। ସେହିପରି ରମଣ ସିଂହଙ୍କ ମନ୍ତବ୍ୟ ସୁପ୍ରିମକୋର୍ଟଙ୍କ ପ୍ରତି ଅବମାନନା ବୋଲି ପ୍ରସନ୍ନ କହିଛନ୍ତି। କେନ୍ଦ୍ରୀୟ ଜଳ କମିଶନ ଆମର କିଛି କରିପାରିବେନି ବୋଲି ରମଣ  ସିଂହ କହିବା ଏକ ଔଦ୍ଧତ୍ୟ ବୋଲି ବିଜେଡି କହିଛି। ସେହିପରି ଟ୍ରିବ୍ୟୁନାଲ ଗଠନ ନେଇ ପ୍ରଧାନମନ୍ତ୍ରୀ ଭୁଲ୍ ତଥ୍ୟ ଦେଇଛନ୍ତି ବୋଲି ସେ ଅଭିଯୋଗ ମଧ୍ୟ କରିଛନ୍ତି।

ଏପଟେ ବିଜେପି ମଧ୍ୟ ଏହାର ଜବାବ୍ ରଖିଛି। ଛତିଶଗଡ଼ କ’ଣ କହିଲା ଆମକୁ ସେଥିରୁ କିଛି ମିଳିବାର ନାହିଁ। ଓଡ଼ିଶାରେ ଲୋକଙ୍କୁ କିପରି ପାଣି ମିଳିବ ସେ ବିଷୟରେ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଛି ବିଜେପି। ରାଜ୍ୟ ସରକାରଙ୍କ କହିବାନୁସାରେ ଟ୍ରିବ୍ୟୁନାଲ ତ ଗଠନ ହେଲା। କିନ୍ତୁ ଛତିଶଗଡ଼

ବନ୍ଦ କରିଥିବା ଗେଟ୍‌ କିପରି ଖୋଲିବ ରାଜ୍ୟ ସରକାର ତା’ର ବ୍ୟବସ୍ଥା କରନ୍ତୁ ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି । ଏଥିପାଇଁ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଆନ୍ତୁ ବୋଲି ବିଜେପି କହିଛି।

 

ଆହୁରି ପଢ଼ନ୍ତୁ

You might also like