କଳିକେଶ-ନରସିଂହ ମୁହାଁମୁହିଁ
ବଲାଙ୍ଗିର: ବଲାଙ୍ଗିରରେ ସରକାରୀ ମେଡିକାଲ୍ କଲେଜ୍ ଖୋଲିବା ପ୍ରସଙ୍ଗରେ ସ୍ଥାନୀୟ ବିଧାୟକ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ସାଂସଦ କଳିକେଶ ସିଂହଦେଓଙ୍କ ଟାର୍ଗେଟ୍।
କଳିକେଶ ଟ୍ୱିଟ୍ କରିଛନ୍ତି ଯେ, ଖୁବ୍ଶୀଘ୍ର ବଲାଙ୍ଗିରରେ ସରକାରୀ ମେଡିକାଲ୍ କଲେଜ ଖୋଲିବ। ଏହାକୁ ରୋକିବାକୁ ସ୍ଥାନୀୟ କଂଗ୍ରେସ ବିରୋଧୀ ଦଳ ନେତାଙ୍କ ଦ୍ୱାରା ଉଦ୍ୟମ ସତ୍ତ୍ୱେ ମେଡିକାଲ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ବା MCI ଏଥିପାଇଁ ଅନୁମତି ଦେଇଛି।
Govt Medical College to open up in #Balangir soon. Permission given by MCI despite attempts by local @INCIndia opposition leader to sabotage it. pic.twitter.com/dqxp69xEVl
— Kalikesh Singh Deo (@DeoKalikesh) May 3, 2018
ସେପଟେ ଏହି ଅଭିଯୋଗ ସମ୍ପର୍କରେ ପ୍ରତିକ୍ରିୟା ରଖି ନରସିଂହ କହିଛନ୍ତି ବଲାଙ୍ଗିରବାସୀ ଜାଣିଛନ୍ତି ୧୯୯୯ ମସିହାରେ ମେଡିକାଲ୍ କଲେଜ ପ୍ରତିଷ୍ଠାକୁ କିଏ ବିରୋଧ କରିଥିଲା। ଯାହାର ଜ୍ଞାନର ଅଭାବ ଥାଏ, ସିଏ ଲୋକଙ୍କୁ ମୁର୍ଖ ବନାଇବାକୁ ଚେଷ୍ଟା କରିଥାଏ ବୋଲି ନରସିଂହ କହିଛନ୍ତି।