ନବରଙ୍ଗପୁର ଜିଲ୍ଲାକୁ ପଛୁଆ ଜିଲ୍ଲାରେ ସାମିଲ ପାଇଁ ଦାବି

ଭୁବନେଶ୍ୱର : ଦେଶର ପଛୁଆ ଜିଲ୍ଲା ତାଲିକାରେ ଓଡ଼ିଶା ନବରଙ୍ଗପୁର ଜିଲ୍ଲାକୁ ସାମିଲ କରିବାକୁ ଦାବି କରିଛନ୍ତି ସାଂସଦ ବଳଭଦ୍ର ମାଝି। ଏନେଇ ସେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାରଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି।

ନବରଙ୍ଗପୁର ଏକ ପଛୁଆ ଜିଲ୍ଲା। ଏବେ ବି ସେ ଅଂଚଳରେ ବିକାଶ ଅପହଞ୍ଚ। ତେଣୁ ନବରଙ୍ଗପୁରକୁ ପଛୁଆ ଜିଲ୍ଲା ତାଲିକାରେ ସାମିଲ କରିବାକୁ ସେ ପକ୍ଷ ରଖିଥିଲେ। ନବରଙ୍ଗପୁରକୁ ପଛୁଆ ଜିଲ୍ଲା ତାଲିକାରେ ସାମିଲ ସମ୍ପର୍କରେ ବିଚାର କରାଯିବ ବୋଲି ନୀତି ଆୟୋଗ ଉପାଧ୍ୟକ୍ଷ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

(ଫଟୋ ସୌଜନ୍ୟ : The Indian Express)

You might also like