ଦାମଙ୍କ ନିଶାନାରେ ମନ୍ତ୍ରୀ ସୁଶାନ୍ତ ସିଂ, କହିଲେ ‘ସାଧାରଣ ଜ୍ଞାନ ନାହିଁ’

ଭୁବନେଶ୍ୱର: ବନ୍ଦେ ଉତ୍କଳ ଜନନୀ ପ୍ରସଙ୍ଗରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଡାକ୍ତର ଦାମୋଦର ରାଉତ। ଦାମ କହିଛନ୍ତି, ମନ୍ତ୍ରୀ ଆଞ୍ଚଳିକବାଦ କହି ରାଜ୍ୟକୁ ଭାଗ ଭାଗ ଉଦ୍ୟମ କରିବାକୁ ଯେଉଁ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ତାକୁ ସହି ହେବ ନାହିଁ। ସାଧାରଣ ଜ୍ଞାନ ନ ଥାଇ ମନ୍ତ୍ରୀମାନେ ବକ୍ତବ୍ୟ ଦେଉଛନ୍ତି, ମନ୍ତ୍ରୀମାନଙ୍କ ଆଚରଣ ଓ ଉଚ୍ଚାରଣ ସମ୍ବିଧାନ ସମ୍ମତ ହେବା ଉଚିତ ବୋଲି ଦାମ କହିଛନ୍ତି।

ଏଥିସହିତ ମେ ୨୯ ତାରିଖରେ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଗାଦିଚ୍ୟୁତ କରିବା ପାଇଁ ହୋଇଥିବା ମିଡନାଇଟ୍ ଅପରେସନ୍‌ରେ ମନ୍ତ୍ରୀ ସୁଶାନ୍ତ ସିଂ ସାମିଲ୍‌ ଥିବା ଦାମ କହିଛନ୍ତି। ତେବେ ଏପର୍ଯ୍ୟନ୍ତ ମନ୍ତ୍ରୀ ସୁଶାନ୍ତ ସିଂଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

You might also like